ଗଜପତି ଚୁଡଙ୍ଗପୁର ଗାଁ ନିକଟରେ ୧୦ଲକ୍ଷ ଟଙ୍କାର ଗଂଜେଇ ଜବତ, ସମ୍ପୃକ୍ତ ୩ ଜଣକୁ ଗିରଫ କରିଛି ପୋଲିସ

ମୋହନା: ଗଜପତି ଜିଲ୍ଲା ଅଡବା ଥାନା ଚୁଡଙ୍ଗପୁର ଗାଁ ନିକଟରେ ଗଂଜେଇ ଜବତ। ଗଂଜେଇ ଚୋରା ଚାଲାଣ ହେଉଥିବାବେଳେ ଚଢାଓ କରି କାର ସହ ୭୬ କେଜି ଗଂଜେଇ ଜବତ କରିଛି ପୋଲିସ । ଏଥିରେ ସମ୍ପୃକ୍ତ ୩ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଚୁଡଙ୍ଗପୁର ଗାଁର କିଶୋର ପରିଚ୍ଛା , ସଞ୍ଜୀବ ପରିଚ୍ଛା ଓ ରାୟଗଡା ଜିଲ୍ଲାର ମନୋନିତ ମାଳି । ଗତ କାଲି ରାତିରେ ପୋଲିସ ପକ୍ଷରୁ ଅନ୍ତରବା – ଚୁଡଙ୍ଗପୁର ଅଞ୍ଚଳରେ ପେଟ୍ରୋଲିଂ କରାଯାଉଥିଲା । ସେହି ସମୟରେ ଏକ କାରକୁ ଯାଞ୍ଚ କରିବା ପରେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା । ଏହି ଗଞ୍ଜେଇ ଚୁଡଙ୍ଗପୁର ଅଞ୍ଚଳରୁ ଭୁବନେଶ୍ୱର ଚାଲାଣ ହେଉଥିବା ଜଣାପଡିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ଲକ୍ଷ ଟଙ୍କା ହେବ ବୋଲି SDPO କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.