ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ: ଟିଭି ରିମୋଟ ମାଗିବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ମାରିବା ସହ ୪ଘଣ୍ଟା ଆଣ୍ଠେଇ ଦେଲେ ମେଟ୍ରନ

ବାଲିଗୁଡ଼ା : ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡ। ଟିଭି ରିମୋଟ ମାଗିବାରୁ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦଣ୍ଡ। ଛାତ୍ରୀଙ୍କୁ ମାଡ଼ମାରି ୪ଘଣ୍ଟା ଆଣ୍ଠେଇ ଦେଲେ ମେଟ୍ରନ। ବାଲିଗୁଡ଼ା କ. ନୂଆଗାଁ ବ୍ଲକ ସାଇନପଡ଼ା ସେବାଶ୍ରମରେ ଦିଆଯାଇଛି ଏହି ଅମାନୁଷିକ ଦଣ୍ଡ। ଆଣ୍ଠେଇବା ପରେ ଛାତ୍ରୀ ଜଣକ ଗୁରୁତର ହୋଇପଡିଥିଲେ। ପରିବାରଲୋକେ ଖବର ପାଇ ଛାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଛାତ୍ରୀ ଜଣକ ଏବେ ଚାଲିପାରୁନଥିବାବେଲେ ଆଣ୍ଠୁରେ ଗଭୀର ଯନ୍ତ୍ରଣା ଭୋଗୁଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ସଂପୃକ୍ତ ମେଟ୍ରନଙ୍କ ବିରୋଧର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଘଟଣାକୁ ସେବାଶ୍ରମର ପ୍ରଧାନଶିକ୍ଷକ ସ୍ୱୀକାର କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.