ମନ ଜିଣିନେଲେ ଗଞ୍ଜାମ ଜିଲ୍ଲାପାଳ, ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ନିଜ ଗାଡିରେ ନେଲେ ଡାକ୍ତରଖାନା 

ବ୍ରହ୍ମପୁର(କେନ୍ୟୁଜ୍): ମନକିଣିନେଲେ ଜିଲ୍ଲାପାଳ। ଦୁର୍ଘଟଣା ପୀଡିତଙ୍କୁ ଆମ୍ବୁଲାନ୍ସରେ ନେବା ପାଇଁ ଅପେକ୍ଷା ନକରି ନିଜ ଗାଡିରେ ଡାକ୍ତରଖାନା ପହଞ୍ଚାଇ ପ୍ରଶଂସା ସଉଣ୍ଟିଛନ୍ତି। ଆଜି ଗଂଜାମ ଜିଲ୍ଲା ଶେରଗଡର ମାରୁଡି ଠାରେ ବାଇକ୍ ସହ ଏକ ଅଟୋର ଧକ୍କା ହୋଇଥିଲା। ଏଥିରେ ଶିବ ପ୍ରଧାନ ନାମକ ଜଣେ ଯୁବକ ଆହତ ହୋଇଥିଲେ। ଉପସ୍ଥିତ ଥିବା ସ୍ଥନାୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରି ଆସିବା ବାଟକୁ ଅପେକ୍ଷା କରି ରହିଥିଲେ। ସେହି ବାଟ ଦେଇ କାର୍ଯ୍ୟକ୍ରମ ସାରି ଫେରୁଥିଲେ। ଦୁର୍ଘଟଣା ଘଟାଇଥିବା ସ୍ଥାନରେ ନିଜ ଗାଡି ଅଟକାଇ ଗୁରୁତର ହୋଇଥିବା ଯୁବକଙ୍କୁ ଦେଖିଥିଲେ । ପରେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ଗୁରୁତରଙ୍କୁ ନେଇଯିବାକୁ ଉପସ୍ଥତି ଥିବା ଲୋକଙ୍କୁ କହିଥିଲେ। ପରେ ସେଇଆ ହିଁ ଘଟିଲା । ଜିଲ୍ଲାପାଳ ଗୁରୁତର ହୋଇଥିବା ଯୁବକଙ୍କୁ ନିଜ ଗାଡିରେ ବସାଇ ହିଞ୍ଜିଳି ମେଡିକାଲକୁ ନେଇଥିଲେ। ଜିଲ୍ଲାପାଳଙ୍କ ଏଭଳି ଜନସେବା ଦେଖି ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ  ପ୍ରଶଂସାରେ ପୋତି ପକାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.