କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଗାଁକୁ ଚାଲ ଅଭିଯାନ

କନ୍ଧମାଳ(କେନ୍ଯୁଜ୍): କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଗାଁକୁ ଚାଲ ଅଭିଯାନ । ପ୍ରଥମେ ଫୁଲବାଣୀର କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି କର୍ମକର୍ତା ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେଡି ପଦଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ୧୮ଟି ଜୋନରେ ଭଲ ପ୍ରଦର୍ଶନ କରିବ ସେନେଇ ଗୁରୁତ୍ୱାରୋପ କରିଥିଲେ ।

ଦଳୀୟ ଟିକଟ ପାଇଥିବା ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ପ୍ରତି ଘରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ ଡ. ସାମନ୍ତ । ଭୋଟ୍‌ ଭିକ୍ଷା ଓ ପ୍ରଚାର ପାଇଁ ଗାଁକୁ ଚାଲ ଅଭିଯାନ ଆରମ୍ଭ କରିବାକୁ କହିଛନ୍ତି । ଆଜି ସାଂସଦ ନିଜେ ଟିକାବାଲି ବ୍ଲକ ଗଦଗୁଡା ପଞ୍ଚାୟତର ରୁଦାଙ୍ଗିଆ ଗାଁକୁ ଯାଇ ଲୋକଙ୍କ ସହ ମିଶି ଆଲୋଚନା କରିଥିଲେ । ଟିକାବାଲି ୭ ନମ୍ବର ଜୋନର ପ୍ରାର୍ଥୀ ସାଧବାଣୀ ନାୟକଙ୍କୁ ଭୋଟ୍‌ ଦେଇ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.