ଧର୍ମଗଡ଼ରେ ଗ୍ୟାସ ସିଲିଣ୍ଡର ଫାଟି ଗୋଟିଏ ପରିବାରର ୩ ମୃତ

ଧର୍ମଗଡ଼(କେନ୍ଯୁଜ୍) : ଗ୍ୟାସ ସିଲିଣ୍ଡର ଫାଟି ଏକା ସାଙ୍ଗରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ। ମାଆ, ଝିଅ ଓ ପୁଅଙ୍କ ମୃତ୍ୟୁ ହୋଇଛି। ଧର୍ମଗଡ଼ ଥନଟ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଆଜି ସକାଳେ ରୋଷେଇ କରୁଥିବାବେଳେ ହତାଠ୍ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ମା-ଚମ୍ପା ମେହେର,ଝିଅ- ସୁନୀତା ଓ ପୁଅ-ଅମିତ ମେହେର। ଜଣେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।