ଫାଟିଲା ଗ୍ୟାସ୍ ସିଲିଣ୍ଡର: ୪ ଗୁରୁତର, ମେଡିକାଲରେ ଭର୍ତ୍ତି
ରାଉରକେଲା ରେଳବାଇ କଲୋନୀ ଛୋଟା ପାର୍କ ନିକଟରେ ଘଟିଛି ଏଭଳି ଅଘଟଣ । ୪ଗୁରୁତରଙ୍କୁ IGH ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ରାଉରକେଲା (କେନ୍ୟୁଜ): ଗ୍ୟାସ୍ ସିଲିଣ୍ଡର ଫାଟି ୪ଜଣ ଗୁରୁତର ହୋଇଛନ୍ତି । ରାଉରକେଲା ରେଳବାଇ କଲୋନୀ ଛୋଟା ପାର୍କ ନିକଟରେ ଘଟିଛି ଏଭଳି ଅଘଟଣ । ୪ଗୁରୁତରଙ୍କୁ IGH ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ତେବେ ଗ୍ୟାସ୍ ଲିକ୍ ହୋଇ ବିସ୍ପୋରଣ ଘଟିଥିବା ସୂଚନା ମିଳିଛି । ତେବେ ଗ୍ୟାସ୍ ଗୋଦାମରେ କାମ କରୁଥିବା କର୍ମଚାରୀ ଆହତ ହୋଇଥିବ ଜଣାପଡିଛି ।