ରାଜ୍ୟରେ ସାମଗ୍ରିକ ବିକାଶ ଉପରେ ଆଲୋଚନା କରିବାକୁ ଭୁବନେଶ୍ବର ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ

girirajjଭୁବନେଶ୍ବର: ଦୁଇ ଦିନିଆ କାର୍ୟ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ। ରାଜ୍ୟର ସାମଗ୍ରିକ ବିକାଶ ଉପରେ ଏହି ଦୁଇ ଦିନିଆ କର୍ମଶାଳାରେ ଆଲୋଚନା ହେବ। ଏବେ ମଧ୍ୟ ରାଜ୍ୟ ନିଅଣ୍ଟିଆ ରାଜ୍ୟ ଭାବେ ପରିଗଣିତ ହେଉଛି ବୋଲି ଗିରିରାଜ କହିଛନ୍ତି। ସେହିପରି ଆଗୁଆ ନିର୍ବାଚନ ଉପରେ ସେ ମତ ଦେଇ କହିଛନ୍ତି ଯେ, ସଠିକ ସମୟରେ ନିର୍ବାଚନ ହେବ ଏବଂ ବିକାଶ ଏହାର ମୁଖ୍ୟ ପ୍ରସଙ୍ଗ ରହିବ। ସେପଟେ ରାଜ୍ୟ ସରକାର ଏକ ସ୍ଲୋଗାନର ସରକାର ବୋଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ଦେଇଛନ୍ତି। ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ବଜେଟ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ରାଜ୍ୟ ସରକାରଙ୍କର କଣ ବଜେଟ ରହିଛି ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହାକୁ ନେଇ ବିଜେଡି ଭୋଟ ରାଜନୀତି କରୁଥିବା ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି।