ଫୁଟବଲ ବିଶ୍ୱକପ୍ ଲିଗ୍ ପର୍ୟ୍ୟାୟ ଶେଷ

footballନୂଆଦିଲ୍ଲୀ: ବିଶ୍ୱକପ୍ ଫୁଟବଲ ଲିଗ୍ ପର୍ୟ୍ୟାୟ ଶେଷ ହୋଇଛି। ୮ଟି ଗୃପରେ ଥିବା ୩୨ଟି ଟିମରୁ ୧୬ଟି ଟିମ୍ ଦ୍ୱିତୀୟ ପର୍ୟ୍ୟାୟକୁ ଉନ୍ନିତ ହୋଇଛନ୍ତି। ୪୮ଟି ମ୍ୟାଚ୍ ପରେ ଚୂଡ଼ାନ୍ତ ହୋଇଛି ରାଉଣ୍ଡ ୧୬ ଲାଇନ୍ ଅଫ୍। ଜର୍ମାନୀକୁ ଛାଡିଦେଲେ, ଅନ୍ୟ ପ୍ରମୁଖ ଟାଇଟଲ ଦାବିଦାର ରାଉଣ୍ଡ ୧୬କୁ ଉନ୍ନିତ ହୋଇଛନ୍ତି। ଆସନ୍ତାକାଲିଠାରୁ ନକ୍ ଆଉଟ୍ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ରହିଛି ଫ୍ରାନସ ଓ ଆର୍ଜେଣ୍ଟିନା ମଧ୍ୟରେ। ଫ୍ରାନସ ୧୯୯୮ରେ ଚାମ୍ପିଅନ ହୋଇଥିବା ବେଳେ, ଆର୍ଜେଣ୍ଟିନା ୧୯୭୮ ଓ ୧୯୮୬ରେ ଚାମ୍ପିଅନ ହୋଇଥିଲା। ଦୁଇ ପୂର୍ବତନ ଚାମ୍ପିଅନଙ୍କ ମଧ୍ୟରେ ହେବ ଲଢେଇ।

footballଏହାସହ କାଲି ଦ୍ୱିତୀୟ ମ୍ୟାଚ୍ ଉରୁଗୁଏ ଓ ପର୍ତ୍ତୁଗାଲ ମଧ୍ୟରେ ରହିଛି। ଉରୁଗୁଏ ମଧ୍ୟ ଦୁଇ ଥର ଚାମ୍ପିଅନ ହୋଇଛି। ପର୍ତ୍ତୁଗାଲ କେବେ ବି ଟ୍ରଫି ଜିତି ନାହିଁ। ଗତକାଲି ଶେଷ ଦୁଇଟି ମ୍ୟାଚରେ ବେଲଜିୟମ୍ ଓ ଟ୍ୟୁନିସିଆ ବିଜୟୀ ହୋଇଥିଲେ। ଇଂଲଣ୍ଡକୁ ହରାଇଥିଲା ବେଲଜିୟମ୍। ସେହିପରି ପାନାମାକୁ ହରାଇଥିଲା ଟ୍ୟୁନିସିଆ। ତେବେ ପୂର୍ବରୁ ବେଲଜିୟମ୍ ଓ ଇଂଲଣ୍ଡ ପୂର୍ବରୁ ପ୍ରି-କ୍ୱାର୍ଟରେ ସ୍ଥାନ ସୁରକ୍ଷିତ କରି ସାରିଥିଲେ। ସେହିପରି ଗୃପ ଏଚରୁ ପ୍ରି-କ୍ୱାର୍ଟରକୁ ଯାଇଛନ୍ତି ଜାପାନ ଓ କଲମ୍ବିଆ। ରୋମାଞ୍ଚକର ମୁକାବିଲାରେ ସେନେଗାଲକୁ ୧-୦ ଗୋଲରେ ହରାଇଥିଲା କଲମ୍ବିଆ। ସେହିପରି ପୋଲାଣ୍ଡକୁ ହରାଇ ନକ୍ ଆଉଟକୁ ଯାଇଛି ଜାପାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.