Below header

ମାଙ୍କଡ଼ ଦଳଙ୍କ ଉତ୍ପାତ, ମା’ ଆଖି ଆଗରେ ଚାଲିଗଲା ଝିଅର ଜୀବନ

ମାଙ୍କଡ ଦଳ ଆକ୍ରମଣ ଭୟରେ ମା' ଆଖି ଆଗରେ ଚାଲି ଗଲା ଝିଅର ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ ପାଳଚକଡା ଗ୍ରାମରେ । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ମା ଓ ଝିଅ। ମା ଅଳ୍ପକେ ଉଦ୍ଧାର ପାଇଲେସିନା ହେଲେ ଆଖି ସାମ୍ନାରେ ବୁଡିଗଲା ଝିଅ। ନିରୁପାୟ ହୋଇ କେବଳ ଚିତ୍କାର କରୁଥିଲା ମା ।

ହିନ୍ଦୋଳ (କେନ୍ୟୁଜ): ମାଙ୍କଡ ଦଳ ଆକ୍ରମଣ ଭୟରେ ମା’ ଆଖି ଆଗରେ ଚାଲି ଗଲା ଝିଅର ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କଳିଙ୍ଗା ଗ୍ରାମପଞ୍ଚାୟତ ପାଳଚକଡା ଗ୍ରାମରେ । ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡ଼ିଗଲେ ମା ଓ ଝିଅ। ମା ଅଳ୍ପକେ ଉଦ୍ଧାର ପାଇଲେସିନା ହେଲେ ଆଖି ସାମ୍ନାରେ ବୁଡିଗଲା ଝିଅ। ନିରୁପାୟ ହୋଇ କେବଳ ଚିତ୍କାର କରୁଥିଲା ମା ।

ସୂଚନା ଅନୁସାରେ ଆଜି ଭୋର ସମୟରେ କଳିଙ୍ଗା ପଞ୍ଚାୟତ ପାଳଚକଡା ଗାଁର ବଳରାମ ସରଙ୍କ ସ୍ତ୍ରୀ ଊର୍ମିଳା ସର ଝିଅ ସୁମିତ୍ରା ସହିତ ଆଜି ସରବନ୍ଧକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ମାଙ୍କଡ଼ ଦଳ ଉଭୟ ମା ଝିଅଙ୍କୁ ଆକ୍ରମଣ କରିଥିଲେ । ଭୟରେ ଝିଅ ପାଣିକୁ ଡେଇଁ ପଡ଼ିଥିଲା। ପୋଖରୀରେ ପାଣି ଭରି ରହିଥିବାରୁ ମା ଊର୍ମିଳା ଝିଅକୁ ବଞ୍ଚାଇ ପାରି ନଥିଲେ। ଝିଅ ସୁମିତ୍ରା ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.