Below header

ଚୋରି କରିବାରେ ବିଫଳ ହେବାରୁ ଘରୁ ଟେକି ନେଇ ନାବାଳିକାଙ୍କୁ କଲେ ଗଣଦୁଷ୍କର୍ମ

ଗଞ୍ଜାମ(କେନ୍ଯୁଜ୍) : ଗଞ୍ଜାମ ଭଞ୍ଜନଗର ଅଞ୍ଚଳରେ ଲଜ୍ଜା । ଘରୁ ଟେକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ତିନି ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ବାଲିଛାଇ ଫାଣ୍ଡି ଅଞ୍ଚଳରେ ଚୋରି କରିବାକୁ ଘରେ ପଶିଥିଲେ ଦୁର୍ବୃତ୍ତ । ହେଲେ ଚୋରି କରିବାରେ ବିଫଳ ହେବାରୁ ନାବାଳିକାକୁ ଟେକି ନେଇ ଦୁଷ୍ମର୍ମ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.