ଆସନ୍ତା ବର୍ଷ ମେ’୧୨ ତାରିଖରୁ ଓଜେଇଇ, ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଘୋଷଣା

ଭୁବନେଶ୍ବର(କେନ୍ଯୁଜ୍) : ଆସନ୍ତା ବର୍ଷ ମେ’୧୨ ତାରିଖରୁ ହେବ ଓଜେଇଇ । ଏଥିପାଇଁ ଜାନୁଆରୀ ୨୫ରୁ ଅନ୍ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାର୍ଚ୍ଚ ୨୫ ତାରିଖ ପର୍ଯ୍ଯନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏପ୍ରିଲ ୨୦ରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିହେବ । ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଜେଇଇ ଅନୁଷ୍ଠିତ ହେବ । ପଲିସି ପ୍ଲାନିଂ ବୋର୍ଡ ବୈଠକରେ ଏହି ଘୋଷଣା ହୋଇଛି ।