ବିଦ୍ୟୁତ ଆଘାତରେ ଛାତ୍ରୀ ମୃତ, ଲୁଗା ଶୁଖାଇବା ବେଳେ ଘଟିଥିଲା ଅଘଟଣ

ବିଦ୍ୟୁତ ଆଘାତରେ ଆହତ ଛାତ୍ରୀଙ୍କୁ ଭଂଜନଗର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ରୀ ଜଣକ ରାଇକିଆ ଥାନା ଅନ୍ତର୍ଗତ ବାଙ୍କପଙ୍କା ଗ୍ରାମର ।

ବିଦ୍ୟୁତ ଆଘାତରେ ଆହତ ଛାତ୍ରୀଙ୍କୁ ଭଂଜନଗର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ରୀ ଜଣକ ରାଇକିଆ ଥାନା ଅନ୍ତର୍ଗତ ବାଙ୍କପଙ୍କା ଗ୍ରାମର । ସେ ଭଂଜନଗର ନିକଟସ୍ଥ ଇନ୍ଦ୍ରଗଡ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ରହି, ନବମ ଶ୍ରେଣୀରେ ପଢୁଥିଲେ ।

ରହୁଥିବା ଘରର ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ, ସେଠାରେ ଥିବା ତାରରେ ବିଦ୍ୟୁତ ସରବରାହ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତି କରିଥିବା ବେଳେ , ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.