ଜାଣନ୍ତୁ WhatsAppର ଏହି ଦମଦାର ୫ ଫିଚର୍ସ, ମିଳିବ ଲାଭ
ୟୁଜରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ଲାଟଫର୍ମରେ ନୂଆ ନୂଆ ଫିଚର ରୋଲଆଉଟ କରୁୁଛି । ନିକଟରେ କମ୍ପାନୀ ୫ଟି ନୂଆ ଫିଚର ରୋଲଆଉଟ କରିଛି ଯାହା ୟୁଜରମାନଙ୍କ ପାଇଁ ଖୁବ ଲାଭଦାୟକ ହେବ । କମ୍ପାନୀ ମେସେଜ ଏକ୍ସପେରିଏନ୍ସ କୁ ବଢ଼ାଇବା ପାଇଁ ଏହି ସମସ୍ତ ଫିଚର୍ସକୁ ୟୁଜରଙ୍କ ପାଇଁ ଆଣିଛି ।

ଭାରତରେ ପାଖାପାଖି ୫୦୦ ମିଲିୟନରୁ ଅଧିକ WhatsApp ୟୁଜର ଅଛନ୍ତି । ୟୁଜରମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି କମ୍ପାନୀ ପ୍ଲାଟଫର୍ମରେ ନୂଆ ନୂଆ ଫିଚର ରୋଲଆଉଟ କରୁୁଛି । ନିକଟରେ କମ୍ପାନୀ ୫ଟି ନୂଆ ଫିଚର ରୋଲଆଉଟ କରିଛି ଯାହା ୟୁଜରମାନଙ୍କ ପାଇଁ ଖୁବ ଲାଭଦାୟକ ହେବ । ତେବେ ଏହି ନୂଆ ଫିଚର କଣ ଆସନ୍ତୁ ଜାଣିବା ।
ସ୍କ୍ରିନ ସେୟାର ଫିଚର :
ଆପଣଙ୍କ ମୋବାଇଲ ସ୍କ୍ରିନ୍ ସେୟାର କରିବା ପାଇଁ WhatsApp ଏକ ନୂଆ ଫିଚର ଆଣିଛି । ଗୁଗଲ ମିଟ ଏବଂ ଜୁମ୍ ଆପ ଭଳି WhatsAppରେ ମଧ୍ୟ ସ୍କ୍ରିନ୍ ସେୟାର କରିପାରିବ । ୟୁଜରମାନେ ଭିଡିଓ କଲ୍ ସମୟରେ ନିଜ ଫୋନର ସ୍କ୍ରିନକୁ ସେୟାର କରିପାରିବେ । ସ୍କ୍ରିନ୍-ସେୟାରିଂ ଫିଚର ଦ୍ୱାରା ନିଜ ସ୍କ୍ରିନରେ ଦେଖାଯାଉଥିବା ସମସ୍ତ ଜିନିଷକୁ ଅନ୍ୟ ଜଣଙ୍କୁ ସେୟାର କରିବା ପାଇଁ WhatsApp ଅନୁମତି ଦେଇଛି । ଏହା ୟୁଜରଙ୍କୁ ଡକ୍ୟୁମେଣ୍ଟ ସେୟାରରେ ସାହାଯ୍ୟ କରିବ, ସେହିପରି ଅନେକ ଜରୁରୀ ଜିନିଷ ଦେଖାଇବା ପାଇଁ ଏବଂ ଅନେକ ଅଫିସିଆଲ କାର୍ଯ୍ୟରେ ସାହାଯ୍ୟ କରିବ ଏହି ଫିଚର ।
ଚାଟ୍ ଲକ୍ ଫିଚର :
ୟୁଜରଙ୍କ ପ୍ରାଇଭେସୀକୁ ଆହୁରି ଡେଭଲପ୍ କରିବାକୁ କମ୍ପାନୀ କିଛି ସମୟ ପୂର୍ବରୁ ଚାଟ୍ ଲକ୍ ଫିଚର ରୋଲଆଉଟ କରିଛି। ଏହା ସାହାଯ୍ୟରେ ୟୁଜରମାନେ ସେମାନଙ୍କର ଚାଟ୍କୁ ଲକ୍ କରିପାରିବେ । ଯେଉଁ ଚାଟ୍କୁ ଆପଣ ଲକ୍ କରିବାକୁ ଚାହୁଁଥିବେ ସେହି ଚାଟ୍କୁ ଓପନ କରିବା ପରେ ଚାଟ୍ ଇନଫୋକୁ ଯାଇ ଆପଣ ଚାଟ୍ ଲକ୍ ଅପ୍ସନ ଉପରେ କ୍ଲିକ କରିବେ । ଏହା ଦ୍ୱାରା ଚାଟ୍ ଲକ୍ ହୋଇପାରିବ । ଗ୍ରୁପ୍ ଚାଟ୍ ଲକ୍ କରିବାକୁ ଚାହୁଁଥିଲେ ଆପଣ ସମାନ ପ୍ରୋସେସକୁ ଫୋଲୋ କରିପାରିବେ ।
ଇନଷ୍ଟାଣ୍ଟ ଭିଡିଓ ମେସେଜ:
ବର୍ତ୍ତମାନ ୟୁଜର୍ସମାନେ ଟେକ୍ସଟ୍ ମେସେଜ ବଦଳରେ ସର୍ଟ ଭିଡିଓ ରେକର୍ଡ କରି ଭିଡିଓକୁ ପଠାଇବାର ସୁବିଧା ଉପଲବ୍ଧ ହୋଇଛି । ଏହି ରିଅଲ୍ ଟାଇମ ଭିଡିଓ ମେସେଜଗୁଡିକ ୬୦ ସେକେଣ୍ଡ ପର୍ଯ୍ୟନ୍ତ ଲମ୍ବା ହୋଇଥାଏ । କମ୍ପାନୀ ଦାବି କରିଛି ଯେ ଏହି ମେସଜ ଗୁଡ଼ିକ ଏଣ୍ଡ-ଟୁ- ଏଣ୍ଡ ଏନକ୍ରିପ୍ଟ ହୋଇଛି । ଭଏସ ମେସେଜ ସେଣ୍ଡ କଲାଭଳି ଆପଣ ଏହାକୁ ବ୍ୟବହାର କରିପାରିବେ ।
ଆଡମିନ ରିଭ୍ୟୁ ଫିଚର:
WhatsAppରେ ଆଡମିନ ରିଭ୍ୟୁ ନାମକ ନୂଆ ଫିଚର ରୋଲ ଆଉଟ ହୋଇଛି । ଏହି ଫିଚର ସାହାଯ୍ୟରେ ଗ୍ରୁପ ଚାଟକୁ ମ୍ୟାନେଜ କରାଯାଇ ପାରିବ । ଗ୍ରୁପ ଆଡମିନର ଅନୁପସ୍ଥିତିରେ ଗ୍ରୁପ ମେସେଜକୁ ମ୍ୟାନେଜ କରିବାରେ ସାହାଯ୍ୟ କରିବ ଏହି ଫିଚର । ଗ୍ରୁପ ମେମ୍ବରଙ୍କୁ ଗ୍ରୁପ ସେଟିଙ୍ଗରେ ଏକ ନୂଆ ଏଡିଟ ଗ୍ରୁପ ସେଟିଙ୍ଗର ଅପ୍ସନ ମିଳିବ । ଏହି ଅପ୍ସନ ସାହାଯ୍ୟରେ ଗ୍ରୁପ ମେମ୍ବରମାନେ ଯେକୌଣସି ଭୁଲ ମେସେଜକୁ ରିପୋର୍ଟ କରି ପାରିବେ । ରିପୋର୍ଟ ଆଧାରରେ ଗ୍ରୁପ ଆଡମିନ ମେସେଜକୁ ଡିଲିଟ କରିବାରିବେ କିମ୍ବା କଣ୍ଟେଟ ଉପରେ ଆକ୍ସନ ନେଇ ପାରିବେ । ଏହି ଫିଚର କେବଳ କିଛି ବିଟା ଟେଷ୍ଟର ନିକଟରେ ଉପଲବ୍ଧ ହୋଇଛି ଏବଂ ଏହା ଖୁବଶୀଘ୍ର ସମସ୍ତଙ୍କ ପାଇଁ ଆସିବ ବୋଲି ଜଣା ପଡ଼ିିଛି ।
ଏଡିଟ ମେସେଜ ଫିଚର:
ଏହି ଫିଚର ସାହାଯ୍ୟରେ ଆପଣ ପଠାଇଥିବା ମେସେଜକୁ ଏଡିଟ କରିପାରିବେ । ଆପଣ ପଠାଇଥିବା ମେସେଜରେ ଯଦି କିଛି ଭୁଲ ଦେଖନ୍ତି ତେବେ ଏହାକୁ ଠିକ କରିପାରିବେ । ମେସେଜକୁ ଡିଲିଟ ନକରି ମଧ୍ୟ ଆପଣ ଏହି ମେସେଜକୁ ଏଡିଟ କରିପାରିବେ । ସେଣ୍ଟ ହୋଇଥିବା ମେସେଜରେ ଲଙ୍ଗ୍ ପ୍ରେସ କରି ଏହାର ଏଡିଟ୍ ଅପ୍ସନକୁ ସିଲେକ୍ଟ କରନ୍ତୁ । ପରେ ଆବଶ୍ୟକୀୟ ଚେଞ୍ଜେସ କରନ୍ତୁ । କିନ୍ତୁ ପଠାଇଥିବା ମେସେଜକୁ ଏଡିଟ କରିବା ପାଇଁ ମାତ୍ର ୧୫ ମିନିଟ ସମୟ ଦିଆଯାଇଛି ।
ଏହି ସମସ୍ତ ନୂଆ ହ୍ଵାଟସ୍ ଆପ୍ ଫିଚର୍ ବ୍ୟବହାର କରିବା ଅତି ସହଜ । ତେବେ କମ୍ପାନୀ ମେସେଜ ଏକ୍ସପେରିଏନ୍ସ କୁ ବଢ଼ାଇବା ପାଇଁ ଏହି ସମସ୍ତ ଫିଚର୍ସକୁ ୟୁଜରଙ୍କ ପାଇଁ ଆଣିଛି ।