ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା: ରୋହିତ ଅଧିନାୟକ, ବୁମରା ଉପଅଧିନାୟକ, ଫେରିଲେ କେଏଲ ରାହୁଲ ଏବଂ ଶ୍ରେୟସ ଆୟର

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା କରିଛି ବିସିସିଆଇ । ରୋହିତଙ୍କ ଅଧିନାୟକତ୍ୱରେ ଏସିଆ କପ୍‌ ଖେଳିବ ଟିମ । ପାଣ୍ଡ୍ୟାଙ୍କ ସ୍ଥାନରେ ବୁମରାଙ୍କୁ ମିଳିଲା ଉପଅଧିନାୟକ ଦାୟିତ୍ୱ ।

ଏସିଆ କପ୍‌ ୨୦୨୩ ପାଇଁ ଭାରତୀୟ ଟିମ୍‌ ଘୋଷଣା ହୋଇଛି । ବିସିସିଆଇର ଚୟନକର୍ତ୍ତା ଟିମ୍‌ ଦିଲ୍ଲୀରେ ବୈଠକ କରି ଟୁର୍ଣ୍ଣାମେଣ୍ଟ ପାଇଁ ୧୭ ଜଣିଆ ଟିମ ଘୋଷଣା କରିଛି । ଏଥିରେ ସଞ୍ଜୁ ସାମସନଙ୍କୁ ବ୍ୟାକଅପ୍‌ ଭାବେ ରଖାଯାଇଛି । ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଛି । କେଏଲ ରାହୁଲ ଏବଂ ଶ୍ରେୟସ ଆୟରଙ୍କୁ ଟିମରେ ସ୍ଥାନ ମିଳିଛି । ଚହଲଙ୍କୁ ଟିମରେ ସ୍ଥାନ ମିଳିନାହିଁ ।

ଏସିଆ କପ୍‌ର ଆରମ୍ଭ ୩୦ ଅଗଷ୍ଟରୁ ହେବ । ଫାଇନାଲ ମ୍ୟାଚ ୧୭ ସେପ୍ଟେମ୍ବରରେ ଖେଳାଯିବ । ଚଳିତବର୍ଷ ହାଇବ୍ରିଡ ମଡେଲରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବାକୁ ଥିବା ବେଳେ ୪ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ ।

ଚଳିତବର୍ଷ ଏସିଆ କପ୍ ଦିନିକିଆ ଫର୍ମାଟରେ ଖେଳାଯିବ । ୩୦ ଅଗଷ୍ଟରେ ହେବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ନେପାଳ । ଭାରତ-ପାକିସ୍ତାନ ମଧ୍ୟରେ ମହା ମୁକାବିଲା ସେପ୍ଟେମ୍ବର ୨ ତାରିଖରେ ଖେଳାଯିବ । ଶ୍ରୀଲଙ୍କାରେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯିବ ।

ଭାରତୀୟ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ଶ୍ରେୟସ ଆୟର, ରବୀନ୍ଦ୍ର ଜାଡେଜା, ଜସପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଈଶାନ କିଶନ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ପ୍ରସିଦ୍ଧ କ୍ରିଷ୍ଣା, ସଞ୍ଜୁ ସାମସନ (ବ୍ୟାକ୍‌ଅପ୍‌)

ଏସିଆ କପ୍‌ କାର୍ଯ୍ୟସୂଚୀ :

୩୦ ଅଗଷ୍ଟ : ପାକିସ୍ତାନ ବନାମ ନେପାଳ (ମୁଲତାନ)
୩୧ ଅଗଷ୍ଟ : ବାଂଲାଦେଶ ବନାମ ଶ୍ରୀଲଙ୍କା (କ୍ୟାଣ୍ଡି)
୨ ସେପ୍ଟେମ୍ବର : ଭାରତ ବନାମ ପାକିସ୍ତାନ (କ୍ୟାଣ୍ଡି)
୩ ସେପ୍ଟେମ୍ବର: ବାଂଲାଦେଶ ବନାମ ଆଫଗାନିସ୍ତାନ (ଲାହୋର)
୪ ସେପ୍ଟେମ୍ବର : ଭାରତ ବନାମ ନେପାଳ (କ୍ୟାଣ୍ଡି)
୫ ସେପ୍ଟେମ୍ବର : ଶ୍ରୀଲଙ୍କା ବନାମ ଆଫଗାନିସ୍ତାନ (ଲାହୋର)

ସୁପର ୪ ମ୍ୟାଚ୍‌

୬ ସେପ୍ଟେମ୍ବର : ଏ୧ ବନାମ ବି୨ (ଲାହୋର)
୯ ସେପ୍ଟେମ୍ବର : ବି୧ ବନାମ ଏ୨ (କଲମ୍ବୋ)
୧୦ ସେପ୍ଟେମ୍ବର : ଏ୧ ବନାମ ବି୨ (କଲମ୍ବୋ)
୧୨ ସେପ୍ଟେମ୍ବର : ଏ୨ ବନାମ ବି୧ (କଲମ୍ବୋ)
୧୪ ସେପ୍ଟେମ୍ବର : ଏ୧ବନାମ ବି୧ (କଲମ୍ବୋ)
୧୫ ସେପ୍ଟେମ୍ବର : ଏ୨ ବନାମ ବି୨ (କଲମ୍ବୋ)
୧୭ ସେପ୍ଟେମ୍ବର : ଫାଇନାଲ (କଲମ୍ବୋ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.