ସ୍କୁଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ, ତାତିଲେ ଅଭିଭାବକ

ବଲାଙ୍ଗୀର (କେନ୍ୟୁଜ୍): ପ୍ରଧାନଶିକ୍ଷକଙ୍କ ଖରାପ ବ୍ୟବହାର ନେଇ ଅଭିଯୋଗ ଆଣିଲେ ଛାତ୍ରୀ । ଅଭିଯୋଗ ପରେ ଶିକ୍ଷକଙ୍କୁ ଅଟକ ରଖିଲେ ଅଭିଭାବକ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆସିଛି ଅଭିଯୋଗ । ଏନେଇ ସ୍କୁଲରେ ଉତ୍ତେଜନା ଦେଖାଦେଇଥିଲା ।

ଘଟଣାସ୍ଥଳରେ ଦେଓଗାଁ ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଛି । ଗତ କିଛି ଦିନ ହେବ ଷଷ୍ଠ ଶ୍ରେଣୀର ୪ଜଣ ଛାତ୍ରୀଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ଅସଦାଚରଣ କରିଆସୁଥିଲେ । ଏପରିକି ଘରେ ନକହିବାକୁ ଭୟଭିତ କରୁଥିବା ଅଭିଯୋଗ ହୋଇଛି । ଏନେଇ ଜଣେ ଛାତ୍ରୀ ପରିବାର ଲୋକଙ୍କୁ ଅଭିଯୋଗ କରିବା ପରେ ଗ୍ରାମବାସୀ ପ୍ରଧାନଶିକ୍ଷକଙ୍କୁ ଘେରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.