ଭୁବନେଶ୍ୱର ଜାଗମରା ସିଦ୍ଧେଶ୍ୱର ନଗରରେ ଅଭାବନୀୟ ଘଟଣା, ପ୍ରେମିକ ସମ୍ନାରେ ପ୍ରେମିକାର ଆତ୍ମହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ଜାଗମରା ସିଦ୍ଧେଶ୍ୱର ନଗରରେ ଘଟିଛି ଅଭାବନୀୟ ଘଟଣା। ବିବାହ ପାଇଁ ରାଜି ନହେବାରୁ ପ୍ରେମିକ ସାମ୍‌ନାରେ ପ୍ରେମିକାର ଆତ୍ମହତ୍ୟା। ମୃତ ଯୁବତୀ ଜଣକ ସବ୍‌ନମ ଶର୍ମା ଓ ସେ ଏକ ବିଦ୍ୟାଳୟରେ ଇଂରାଜୀ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ପ୍ରେମିକ ତାଙ୍କ ପାଖକୁ ଆସିଥିବା ବେଳେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ସବ୍‌ନମ କୋଠରୀର ଭିତର ପଟୁ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ପ୍ରେମିକ ମୃତଦେହ ଦେଖିବା ପରେ ଘରମାଲିକଙ୍କୁ ଜଣାଇଥିଲେ । ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ତଦନ୍ତ ଚଳାଇଛନ୍ତି। ବୟଫ୍ରେଣ୍ଡକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସୂଚନା ମୁତାବକ ଦୁଇ ବର୍ଷ ପୂର୍ବେ ସବନମ୍‌ କୋରାପୁଟରେ ଏକ ଘୋରି ସ୍କୁଲରେ ପାଠ ପଡାଉକିବାବେଳେ ତାଙ୍କ ଛାରୁ ୧୯ବର୍ଷ ସାନ ସେହି ସ୍କୁଲର ଜଣେ ଛାତ୍ରଙ୍କ ପ୍ରେମର ପଡିଯାଇଥିଲେ। ପାଠ ପଢା ଶେଷ ପରେ ଛାତ୍ର ଜଣକ ଭୁନେଶ୍ୱରରେ ଏକ ସଫ୍‌ଟୱେୟାର କମ୍ପାନୀରେ ଚାକିରୀ କରିତିଲେ। ସବନ୍ମ୍‌ ମଧ୍ୟ ଚାକିରା ଛାଡି ଏଠାରେ ଏକ ସ୍କୁଲରେ ପାଠ ପଢାଉଥିଲେ। ଏଠାରେ ଦୁଇ ଜଣ ଲିଭ୍‌-ଇନ୍‌ରେ ରହିବା ସହ ଘର ମାଲିକଙ୍କୁ ଭାଇ-ଭଉଣୀର ପରିଚୟ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.