କପୁର ଡ୍ୟାମ ନିକଟ ପୋଲ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୋଲିସର ଛାନଭିନ୍ ଜାରି By KNews Bureau Last updated Oct 5, 2020 ନବରଙ୍ଗପୁର(କେନ୍ୟୁଜ୍): ପୋଲ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର। ନବରଙ୍ଗପୁର କପୁର ଡ୍ୟାମ ନିକଟ ଏକ ପୋଲ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ପାରିପାର୍ଶ୍ଵିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଇନ୍ଦ୍ରାବତୀ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ତେବେ କେହି ମୃତଦେହକୁ ଘୋଷାରି ଘୋଷାରି ନେଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି। ଯୁବତୀ ଜଣଙ୍କ ଖାକିଗୁଡ଼ା ପାଇକ ସାହିର ବନ୍ଦିତା ପ୍ରଧାନୀ ବୋଲି ଜଣାପଡ଼ିଛି। ତେବେ ମୃତ ଯୁବତୀଙ୍କ ଭାଇ ଇନ୍ଦ୍ରାବତୀ ଥାନାରେ ମାମଲା ରୁଜୁ କରି ହତ୍ୟାର କାରଣ ଉନ୍ମୋଚନ କରିବାକୁ ଦାବି କରିଛନ୍ତି । Girl’s bodyKapur Damnabarangapur story Share FacebookTwitterWhatsAppEmailFacebook MessengerPinterestReddItLinkedinTelegram