ମହିଳା ଏସ୍କଟ୍‌ କରାଇ ଦେବାକୁ କହି ଠକିନେଲେ ୧୫ ଲକ୍ଷ ଟଙ୍କା

ଜଣେ ମହିଳାଙ୍କ ଏସ୍କଟ କରାଇ ଦେବାକୁ କହି ମୁମ୍ବାଇର ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଠାରୁ ଠକିନେଲେ ୧୫ ଲକ୍ଷ ଟଙ୍କା । ଅଭିଯୋଗକାରୀଙ୍କ ଠାରୁ ଏଫଆଇଆର୍‌ ପାଇବା ପରେ ପୋଲିସ୍‌ ୩ ଅଭିଯୁକ୍ତଙ୍କ ନାମରେ ଆଇପିସି ଦଫା ୪୨୦(ଠକିବା) ଓ ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରିଛି ।

ଘଟଣାଟି ଥିଲା ଏପରି । କରୋନା ଲକ୍‌ଡାଉନ୍‌ କାଳରେ ଦୋକାନ ବଜାର ବନ୍ଦ ଯୋଗୁ ଜଣେ ଟେଲ୍‌ରଙ୍କ ବେପାର ବନ୍ଦ ହୋଇଯାଇଛି । ନିଜର ପରିବାର ପ୍ରତିପୋଷଣ ପାଇଁ ସେ ଚାକିରି ସନ୍ଧାନରେ ଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ତାଙ୍କୁ ଏସ୍କଟ ଏଜେନ୍ସିର ସଦସ୍ୟ ବୋଲି ପରିଚୟ ଦେଇଥିଲେ । ଜଣେ ମହିଳା ଏସ୍କଟ୍‌ ଭାବେ ଚାକିରି କରାଇ ଦେବାକୁ କହିଥିଲେ । ଖାଲି ସେତିକି ନୁହେଁ କାମ କହିଲେ ପ୍ରତିଦିନ ନୂଆ ନୂଆ ମହିଳାଙ୍କୁ ଭେଟିବା ଓ ତାଙ୍କ ଠାରୁ ପଇସା ମିଳିବା ନେଇ ଚାକିରିର ସର୍ତ୍ତ କହିଥିଲେ ।

ତେବେ ଚାକିରି ପାଇବାକୁ ହେଲେ ପ୍ରଥମେ ଏଜେନ୍ସିରେ ନାମ ରେଜିଷ୍ଟ୍ରେସନ ପାଇଁ କିଛି ଟଙ୍କା ଡିପୋଜିଟ୍‌ କରିବାକୁ ପଡିବ ବୋଲି କହିଥିଲେ । ପରେ ଥର ଥର କରି ପ୍ରାୟ ୧୫ ଲକ୍ଷ ଟଙ୍କା ତାଙ୍କ ଠାରୁ ନେଇଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ତେବେ ୩ ମାସ ଗଲା ପରେ ତାଙ୍କୁ କୈାଣସି ଚାକିରି ନମିଳିବାରୁ ସେ ପଇସା ଦାବି କରିଥିଲେ ।

ହେଲେ ନା ତାଙ୍କୁ ଚାକିରି ମିଳିଥିଲା ନା ପଇସା । ସେ ଠକିଯାଇଥିବା ଜାଣି ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ଅଭିଯୁକ୍ତଙ୍କୁ ଗିରଫ କରିନାହିଁ ।

 

Leave A Reply

Your email address will not be published.