ମେଡିସିନ୍‌ ଆବିଷ୍କାର ପାଇଁ ୩ ଜଣ ବୈଜ୍ଞାନିକଙ୍କୁ ନୋବେଲ୍‌ ପୁରସ୍କାର

କେନ୍ୟୁଜ୍‌: Hepatitis ‘C’ virus ଆବିଷ୍କାର ପାଇଁ ପୁରସ୍କାର । ୨୦୨୦ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ମେଡିସିନ୍ ପାଇଁ ଯୁଗ୍ମ ଭାବେ ତିନି ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର। ହାର୍ଭି ଜେ. ଅଲଟର୍, ମାଇକେଲ ହଫଟନ୍ ଓ ଚାର୍ଲସ୍ ଏମ. ରାଇସ୍ ନେବେଲ ପୁରସ୍କାର ପାଇବେ । ହେପାଟାଇଟିସ୍-C ଭାଇରସ୍ ଆବିସ୍କାର ପାଇଁ ଏହି ୩ ବୈଜ୍ଞାନିକ ପୁରସ୍କୃତ ହେବେ । ବ୍ଲଡ୍-ବର୍ଣ୍ଣ ହେପାଟାଇଟିସ୍ ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ଏକ ପ୍ରମୁଖ ସମସ୍ୟା । ଯାହା ସିରୋସିସ୍ ଓ ଲିଭର କ୍ୟାନସର୍ର କାରଣ ହୋଇଥାଏ । ହେପାଟାଇଟିସ୍-ସି ଭାଇରସ୍ ଆବିଷ୍କାର ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚା ଯାଇପାରିଛି ।

ସଂକ୍ରାମକ ରୋଗ ବିରୋଧୀ ଲଢେଇରେ ଏହି ତିନି ବୈଜ୍ଞାନିକଙ୍କ ଆବିସ୍କାର ବଡ଼ ସଫଳତା ଆଣିଛି। ହେପାଟାଇଟିସ୍-ସି ଭାଇରସ୍ ଆବିସ୍କାର ପରେ ପ୍ରଥମ ଥର ପାଇଁ ଏହି ରୋଗକୁ ଭଲ କରାଯାଇପାରୁଛି। ବୈଜ୍ଞାନିକ ହଭେରୀ ଜେ ଅଲଟର୍ ୧୯୩୫ ମସିହାରେ ନ୍ୟୁୟର୍କରେ ଜନ୍ମ ହୋଇଥିଲେ । ସେ ମେଡିସେନ୍ କ୍ଷେତ୍ରରେ ଗବେଷଣା ଜାରି ରଖିଛନ୍ତି । ସେହିପରି ମାଇକେଲ ହଟନ୍ ବ୍ରିଟିଶ ବୈଜ୍ଞାନିକ ଏବେ ୟୁନିଭର୍ସିଟି ଅଫ ଆଲବର୍ଟାରେ କାର୍ଯ୍ୟ କରୁଛନ୍ତି । ଆମେରିକା ରକଫେଲର ୟୁନିଭର୍ସିଟିରେ କାର୍ଯ୍ୟରତ ଅଛନ୍ତି ବୈଜ୍ଞାନିକ ଚାର୍ଲସ୍ ଏମ୍. ରାଇସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.