ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ- “ଆଗୁଆ ଜାମିନ ଆବେଦନ ପାଇଁ ପ୍ରଥମେ ଜିଲ୍ଲା ଦୌରାଜଜ୍‌ଙ୍କ ପାଖକୁ ଯାଅ, ପରେ HC କୁ ଆସ”

ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଆଗୁଆ ଜାମିନ ଆବେଦନ ପାଇଁ ପ୍ରଥମେ ଜିଲ୍ଲା ଦୌରା ଜଜ୍‌ଙ୍କ ନିକଟରେ ଆବେଦନ କରିବାକୁ ପଡ଼ିବ। ପରେ ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ନୃସିଂହ ସୁତାର ନାମକ ଆବେଦନକାରୀଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏହା କହିଛନ୍ତି।

ସିଆରପିସିର ଧାରା ୪୩୮ ଅନୁଯାୟୀ ଜଣେ ବ୍ୟକ୍ତି ଆଗୁଆ ଜାମିନ ପାଇଁ ପ୍ରଥମେ ଜିଲା ଦୌରା ଜଜ୍‌ଙ୍କ ନିକଟରେ ଆବେଦନ କରିବେ। ସେଠାରେ ରାୟ ସପକ୍ଷରେ ନଗଲେ ହାଇକୋର୍ଟଙ୍କ ନିକଟରେ ଦ୍ୱାରସ୍ଥ ହୋଇ ପାରିବେ । ହାଇକୋର୍ଟଙ୍କ ନିକଟରେ ବହୁ ମାମଲା ବିଚାର ପାଇଁ ପଡିରହୁଛି । ତେଣୁ ଆଗୁଆ ଜାମିନ ପାଇଁ ଆସୁଥିବା ଆବେଦନ କାରୀ ପ୍ରଥମେ ଜିଲା ଦୌରା ଜଜଙ୍କ ନିକଟରେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ପ୍ରାୟତଃ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ନିକଟରେ ଆବେଦନ କରାଯାଉଛି। ଆବେଦନକାରୀଙ୍କୁ ୩ ସପ୍ତାହର ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ହାଇକୋର୍ଟ ଏହି ଜାମିନ ପାଇଁ ଜିଲ୍ଲା ଦୌରା ଜଜଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ଦୌରା ଜଜ ସେହି ଅନ୍ତରୀଣ ସୁରକ୍ଷା ଶେଷ ହେବା ପୂର୍ବରୁ ଏହି ଆଗୁଆ ଜାମିନ ସମ୍ପର୍କରେ ଶୁଣାଣି କରି ନିର୍ଦ୍ଦେଶନାମା ପ୍ରଦାନ କରିବାକୁ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.