କରୋନା କଟକଣା ଭିତରେ ସରକାରୀ ବାବୁଙ୍କ ଭୋଜି, ନା ଅଛି ସାମାଜିକ ଦୂରତା ନା ଅଛି ମାସ୍କ

ମୟୂରଭଞ୍ଜ (କେନ୍ୟୁଜ) : ଚାରିଆଡେ କରୋନା କଟକଣା ଚାଲୁଥିବା ବେଳେ, ସରକାରୀ ବାବୁ କରୁଛନ୍ତି ଭୋଜି। ନା ଅଛି ସାମାଜିକ ଦୂରତା, ନା ଅଛି ମାସ୍କ। ମୟୂରଭଞ୍ଜ ଜିଲ୍ଲାରେ ଏମିତି ଘଟଣା ଦେଖିବାକୁ ମିଳିଛି। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମୁଖ୍ୟ ଯନ୍ତ୍ରୀଙ୍କ ବିଦାୟକାଳୀନ ସମାବେଶ, ପ୍ରକଳ୍ପ କାର୍ଯ୍ୟାଳୟ ମଧ୍ୟରେ ଥିବା ଅତିଥି ଭବନରେ ଚାଲିଛି।

ଠିକାଦାର ଓ ବଡବଡିଆ ଅଧିକାରୀଙ୍କୁ ନେଇ ଭୋଜି ଭାତ ଚାଲିଛି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ଲୋକ। ଜଳସେଚନ ପ୍ରକଳ୍ପର କର୍ମଚାରୀ ଭୋଜି ଭାତ କଥାକୁ ସ୍ୱୀକାର କରିଥିବା ବେଳେ, ନିର୍ବାହୀ ଯନ୍ତ୍ରୀ ଏହି କଥାକୁ ଏଡାଇ ଦେଇଛନ୍ତି। ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.