କେନ୍ଦୁଝର : ଧନ୍ୟରେ ତୁ ନାତି ! ଟଙ୍କା ନଦେବାରୁ ଜେଜେଙ୍କୁ ଛୁରୀ ଭୁସି ମାରିଦେଲୁ ?

କେନ୍ଦୁଝର (କେନ୍ୟୁଜ୍) : ଟଙ୍କା ନଦେବାରୁ ନାତିର ଛୁରାମାଡ଼ରେ ଜେଜେ ମୃତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ କୋଳିମାଟି ଗାଁରେ । ମୃତ ବ୍ୟକ୍ତିଙ୍କ ନାଁ କ୍ଷେତ୍ରବାସୀ ରଣା । ଜେଜେଙ୍କୁ ୧ ହଜାର ଟଙ୍କା ମାଗିଥିଲା ନାତି ଦୁଷ୍ମନ୍ତ ରଣା ।

ଜେଜେ ଟଙ୍କା ନଦେବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ନାତି ଦୁଷ୍ମନ୍ତ ଏକ ଭୁଜାଲିରେ ଜେଜେଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ କ୍ଷେତ୍ରବାସୀଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ନାତି ଦୁଷ୍ମନ୍ତକୁ ଗିରଫ କରିଛି ।

Leave A Reply

Your email address will not be published.