ଏମିତି ଏକ ମନ୍ଦିର ଯେଉଁଠାରେ ଓଲଟା ସ୍ବସ୍ତିକ କଲେ ପୂରା ହୁଏ ମନସ୍କାମନା

ଭାରତରେ ଏପରି ଅନେକ ମନ୍ଦିର ରହିଛି ଯାହା ବିଭିନ୍ନ ଚମତ୍କାର ଭରା କାହାଣୀ ରହିଛି। ଏପରିକି ସେହି ମନ୍ଦିରରେ ମାଗିଥିବା ସମସ୍ତ ମନସ୍କାମନା ମଧ୍ୟ ପୂରା ହୋଇଥାଏ। ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ସେହିପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ସମସ୍ତ ଇଛା ପୂରା ହୋଇଥାଏ। ଆଜ୍ଞା ହଁ, ମଧ୍ୟପ୍ରଦେଶରେ ରହିଛି ଏପରି ଏକ ମନ୍ଦିର ଯେଉଁଠାରେ ଓଲଟା ସ୍ବସ୍ତିକ କରିବା ଦ୍ବାରା ସମସ୍ତ ଇଛା ପୂରଣ ହୋଇଥାଏ।
ପୁରାଣଶାସ୍ତ୍ର ଅନୁଯାୟୀ, ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଭିନ୍ନ ପ୍ରକାରର ଗଣେଶ ମନ୍ଦିର ରହିଛି। ଏହି ମନ୍ଦିରର ପଛ କାନ୍ଥରେ ଅର୍ଥାତ୍ ଗଣେଶଙ୍କ ପିଠିରେ ଓଲଟା ସ୍ବସ୍ତିକ ବନାଇବା ଦ୍ବାରା ସମସ୍ତ ମନବାଞ୍ଝା ସିଧି ହୋଇଥାଏ। ଏହି ମନ୍ଦିରର ନାମ ଖାଜାରଣ ମନ୍ଦର ଅଟେ। ଏପରି କୁହାଯାଇଥାଏ କି ,ସେଠାକୁ ଯାଇଥିବା ପ୍ରତ୍ୟୋକ ଭକ୍ତ ମାନସିକ ପୂର୍ଣ୍ଣ ହେବାପରେ ପୁଣି ଥରେ ସେହି ମନ୍ଦିରକୁ ଫେରିଥାନ୍ତି।
-ଏହି ଗଣେଶ ମନ୍ଦିରର ବୁଧବାର ପୂଜାର ଅଧିକ ମାନ୍ୟତା ରହିଛି। ଏହି ଦିନ ଗଣେଶଙ୍କ ସଜବାଜ ପରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥାଏ। ଏପରିକି ସନ୍ଧ୍ୟାର ଆରତି ଦେଖିବା ପାଇଁ ଏଠାରେ ଖୁବ ଭିଡ଼ ମଧ୍ୟ ଜମିଥାଏ।
ନିଶ୍ଚିତ ପଢ଼ନ୍ତୁ: ମହାଶିବରାତ୍ରୀରେ କରିବାକୁ ଚାହୁଁଛନ୍ତି କି ମହାଦେବଙ୍କୁ ପ୍ରସନ୍ନ , ଜାଣନ୍ତୁ ମନସ୍କାମନା
-ମନ୍ଦିର ଖୁବ ପ୍ରସିଦ୍ଧ। ଏହାର ଲୋକପ୍ରିୟତା ଖୁବ୍। ଏପରିକି ଭାରତୀୟ କ୍ରିକେଟ ଟିମ୍ ଇନ୍ଦେରକୁ ଖେଳି ଆସିବା ସମୟରେ ଏହି ମନ୍ଦିରର ନିଶ୍ଚିତ ଦର୍ଶନ କରିଥାନ୍ତି।
-ଏହି ମନ୍ଦିରର ନିର୍ମାଣ ୧୭୩୩ ମସିହାରେ ହୋଲ୍କର ବଂଶର ମହାରାଣୀ ଅହିଲିୟାବାଇ କରିଥିଲେ।