Below header

ଭୁଲ କଲା କିଏ ଶସ୍ତି ପାଇଲା କିଏ, ବୋର୍ଡର ତ୍ରୁଟି ପାଇଁ ପରୀକ୍ଷାରୁ ବଞ୍ଚିତ ରବିନା

ବାଲେଶ୍ୱର (କେନ୍ୟୁଜ୍) : ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାରୁ ମେଧାବୀ ଛାତ୍ରୀ ବଞ୍ଚିତ । ବୋର୍ଡ ପରୀକ୍ଷା ଦେଇନପାରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠର ଛାତ୍ରୀ ରବିନା ଖାତୁନା ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଏନେଇ ବିଭାଗୀୟ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ପରିବାର ଲୋକ । ଜିଲ୍ଲା ଶିକ୍ଷା ଅଧିକାରୀ ମଧ୍ୟ କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ଚୁପ ବସିଥିବା ଅଭିଯୋଗ ହୋଇଛି ।

student

ଅଭିଯୋଗ ଅନୁଯାୟୀ, ସିଙ୍ଗାରପୁର ଗାଁର ସେକ ସଲାଉଦ୍ଦିନଙ୍କ ଝିଅ ରବିନା ହଳଦୀପଦା ଅଗ୍ରୱାଲା ବିଦ୍ୟାପୀଠରେ ପଢୁଥିବା ବେଳେ ଗତ ୨୦ ତାରିଖରେ ତାଙ୍କୁ ଆଡମିଟ କାର୍ଡ ମିଳିଥିଲା । ହେଲେ ଏଥିରେ ରବିନାଙ୍କ ବଦଳରେ ଅନ୍ୟ ଜଣଙ୍କର ଫଟୋ ଲାଗିଥିଲା । ଏ ସଂପର୍କରେ ସେ ପ୍ରଧାନଶିକ୍ଷକ ବେଣୁଧର ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ଆଡମିଟ କାର୍ଡରେ ତ୍ରୁଟି ସଂଶୋଧନ ପାଇଁ ପ୍ରଧାନଶିକ୍ଷକ କିଛି ପଦକ୍ଷେପ ନେଇନଥିଲେ । ଯେଉଁଥିପାଇଁ ରବିନା ବୋର୍ଡ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।

ଘଟଣା ସଂପର୍କରେ ଜିଲ୍ଲା ଶିକ୍ଷାଅଧିକାରୀ କିଛି କହିବାକୁ ମନା କରିବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି । ଆଡମିଟ କାର୍ଡରେ ତ୍ରୁଟି ଯୋଗୁଁ ପରୀକ୍ଷା ଦେଇ ନପାରି ରବିନା ଖାତୁନ ଭାଙ୍ଗି ପଡ଼ିଛନ୍ତି । ଏହି ଘଟଣାରେ ପ୍ରଧାନଶଇକ୍ଷକଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.