ବସ୍ କଣ୍ଡକ୍ଟରଙ୍କ ମହାନତା: ଯାତ୍ରା କରୁଥିବା ଯାତ୍ରୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ଫେରାଇଲେ ବ୍ୟାଗ୍ ସହ ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର(କେନ୍ୟୁଜ୍): ଆଜି ବି ବଞ୍ଚିଛି ମାନବିକତା , ବଞ୍ଚିଛି ସାଧୁତା। ଲୋଭ ମାୟା ଠାରୁ ଊର୍ଦ୍ଧ୍ବରେ ଅଛନ୍ତି ଅନେକ ମଣିଷ । ଏମିତି ଜଣେ ମଣିଷ ଯିଏ ସମ୍ମାନ ଓ ମଣିଷପଣିଆ ଆଗରେ ସବୁ ତୁଚ୍ଛ ବୋଲି ମନେ କରନ୍ତି। ସେ ହେଉଛନ୍ତି ବସ୍ କଣ୍ଡକ୍ଟରସ ସରୋଜ କୁମାର ଦାଶ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ । କୋଲତତାରୁ ବ୍ରହ୍ମପୁର ଆସୁଥିବା ଜଣେ ଯାତ୍ରୀଙ୍କ ହଠାତ୍ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ନେଇ ମେଡିକାଲରେ ଭର୍ତ୍ତି କରିଥିଲେ । ମେଡିକାଲରେ ଭର୍ତ୍ତି କରିଥିବା ଯାତ୍ରୀଙ୍କ କିଛି ସମୟ ଚିକିତ୍ସା ପରେ ମୃତ ଘୋଷଣା କରିଥିଲେ ଡାକ୍ତର । ହେଲେ ବସରେ ଥିବା ତାଙ୍କର ବ୍ୟାଗରେ ଥିଲା ଲକ୍ଷାଧିକ ଟଙ୍କା । ଆଉ ଏହି ଟଙ୍କାଙ୍କୁ ବସ କଣ୍ଡକ୍ଟର ଜଣକ ବ୍ରହ୍ମପୁର ପୋଲିସ ଉପସ୍ଥିତିରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି । ବସ୍ କଣ୍ଡକ୍ଟରଙ୍କ ଏଭଳି ମହାନିୟତା ଓ ସାଧୁତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି ।

ବ୍ରହ୍ମପୁର ଠାରୁ କଲକୋତା ଯାଉଥିବା ଶାନ୍ତିଲତା ନାମକ ବସରେ କାର୍ଯ୍ୟରତ କଣ୍ଡକ୍ଟର ସରୋଜ କୁମାର ଦାଶ । ଘଟଣା ମୁତାବକ, ଗତ ୨୫ ତାରିଖ ଦିନ କୋଲକତାରୁ ଜଣେ ଯାତ୍ରୀ ବ୍ରହ୍ମପୁର ଆସିବା ଲାଗି ବସରେ ଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ କଲକୋତାରୁ କିଛି ଦୂର ଯାତ୍ରା କରିବା ପରେ ହଠାତ୍ ଅସୁସ୍ଥତା ଅନୁଭବ କରିଥିଲେ । ପରେ କଣ୍ଡକ୍ଟର ଜଣଙ୍କ ତାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲେ ସୁଦ୍ଧା ତାଙ୍କରି ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଥିଲା । ଏଥିପାଇଁ ସେ ଏକ କାର ଭଡ଼ା କରି ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଯାତ୍ରୀ ଜଣଙ୍କ ମୃ୍ତ୍ୟୁ ବରଣ କରିଥିଲେ । ଯାତ୍ରୀ ମୃତ୍ୟୁ ପରେ କଣ୍ଡକ୍ଟର ଜଣଙ୍କୁ ବହୁ ଅସୁବିଧା ସମ୍ମୁଖୀନ ମଧ୍ୟ ହେବାକୁ ପଡିଥିଲା । ଏପରିକି କୋଲକତାର ଏକ ଥାନାରେ ତାଙ୍କୁ ଦୁଇ ଦିନ ରହିବାକୁ ପଡିଥିଲା ବୋଲି ସେ କହିଛନ୍ତି । ପରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ପରେ ପରିବାର ଲୋକେ ମୃତ ଦେହକୁ ପାଇଥିଲେ । କିନ୍ତୁ ମୃତ୍ୟୁ ବରଣ କରିଥିବା ଯାତ୍ରୀଙ୍କ ବ୍ୟାଗ ଓ ଅନ୍ୟାନ୍ୟ ସାମଗ୍ରୀ ବସ ଭିତରେ ରହିଥିଲା । ଆଉ ଏହି ବ୍ୟାଗରେ ଥିବା ଏକ ଲକ୍ଷ ୯ ହଜାର ୫ଶହ ନଗଦ ଟଙ୍କା ।

ଏହି ଟଙ୍କାରେ ଲୋଭର ବଶବର୍ତ୍ତି ନହୋଇ  କଣ୍ଡକ୍ଟରର ଜଣଙ୍କ ତାଙ୍କ ପରିବାର ଲୋକଙ୍କୁ ଓ ବ୍ରହ୍ମପୁର ବସଷ୍ଟାଣ୍ଡ ପୋଲିସ ଫାଣ୍ଡି ଅଧିକାରୀ ନାରାୟଣ ସ୍ୱାଇଁଙ୍କୁ ଜଣାଇଥିଲେ । ଆଜି ମୃତ ଯାତ୍ରୀଙ୍କ ପରିବାର ଲୋକଙ୍କୁ ଟଙ୍କା ଓ ବ୍ୟାଗ୍ ହସ୍ତାନ୍ତର କରାଯାଇଛି । ଏଭଳି ଏକ ମଣିଷପଣିଆ କାର୍ଯ୍ୟ କରିଥିବାରୁ ନିଜକୁ ଧନ୍ୟ ମନେକରିଛନ୍ତି ସରୋଜ । ଆନ୍ଧ୍ର ପ୍ରଦେଶର ବ୍ୟକ୍ତି ଜଣଙ୍କ କୋଲକତାରେ କାର୍ଯ୍ୟ କରନ୍ତି । ହେଲେ ସେ କିଛି ଦିନ ତଳେ ଅସୁସ୍ଥତା କାରଣରୁ ଚିକିତ୍ସିତ ହୋଇଥିବା ବେଳେ ସୁସ୍ଥ ଅନୁଭବ କରିବାରୁ ସେ ଏକୁଟିଆ ବସ ଯୋଗ ନିଜ ଘରକୁ ଫେରୁଥିଲେ । ଏନେଇ ସେ କଲକୋତାରୁ ନିଜ ଘରକୁ ଫେରୁଥିବା ପରିବାର ଲୋକଙ୍କୁ ଜଣାଇଥିଲେ । କିନ୍ତୁ ପରିବାର ଲୋକଙ୍କୁ ସେ ନିଜେ ଟଙ୍କା ଧରି ଆସୁଥିବା ଜଣାଇନଥିଲେ କି ପରିବାର ଲୋକେ ବି ଜାଣିନଥିଲେ ସେ ସାଙ୍ଗରେ ଏତେ ଟଙ୍କା ନେଇ ଆସୁଛନ୍ତି । ବସ୍ କଣ୍ଡକ୍ଟରଙ୍କ ଏଭଳି ମହାନ କାର୍ଯ୍ୟ ସମାଜରେ ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲିଟିଥିବା ବେଳେ ତାଙ୍କରି ଏଭଳି କାମକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.