Below header

ନିଶାସକ୍ତ ସ୍ବାମୀର ନାରକୀୟ କାଣ୍ଡ: କୋଠରୀରେ ବନ୍ଦ କରି କିରୋସିନ ଢାଲି ଜାଳିଦେଲା ସ୍ତ୍ରୀକୁ

କୁଚିଣ୍ଡା(କେନ୍ୟୁଜ୍): ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ । ସମ୍ବଲପୁର ମହୁଲପାଲି ଥାନା କେଶେଇବାହାଲ ପଂଚାୟତ ଫଟାଟାଙ୍ଗର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତ ମହିଳା ହେଲେ ଲିଲିମା ରଣା । ଅଭିଯୋଗ ଅନୁଯାୟୀ, ଲିଲିମାଙ୍କ ସ୍ୱାମୀ ରଘୁରଣା ମଦ ପିଇ ଘରକୁ ଆସି ଗଣ୍ଡଗୋଳ କରିଥିଲେ ।

sambalpur

ଲିଲିମା ରାଗିଯାଇ ବାପଘରକୁ ପଳାଇଥିଲେ । ରାତିରେ ଲିଲିମାଙ୍କୁ ବୁଝାଇ ସୁଝାଇ ଘରକୁ ଫେରାଇ ଆଣିଥିଲେ ଭାଇ । ଘରକୁ ଆସିବା ପରେ ରଘୁରଣା ନିଶାଶକ୍ତ ଅବସ୍ଥାରେ ଲିଲିମାଙ୍କୁ ଏକ କୋଠରୀରେ ବନ୍ଦ କରି କିରୋସିନ ଢାଲି ନିଆଁ ଲଗାଇଦେଇଥିଲା। ପାଟି ଶୁଣି ପଡୋଶୀ ଆସି ଲିଲିମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ରଘୁରଣାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.