କେହି ପଢିପାରିବେନି ଆପଣଙ୍କ ଫେସବୁକ୍‌ ଚାଟ୍‌, ଜାଣନ୍ତୁ କେମିତି କରିବେ secret conversation

ସୋସିଆଲ ମିଡିଆ ପ୍ଲାଟଫର୍ମ ଆଜିକାଲି ଲୋକଙ୍କ ଦୈନନ୍ଦିନ ଜୀବନରେ ଏକ ପ୍ରକାର ଅଂଶ ହୋଇଗଲାଣି। ଅନେକ ଲୋକ ସୋସିଆଲ ମିଡିଆ ଆପ୍ସର ବ୍ୟବହାର ଲୋକଙ୍କ ସହିତ ଭାବର ଆଦାନପ୍ରଦାନ କରିବା ପାଇଁ କରୁଛନ୍ତି। ଏହା ମଧ୍ୟରେ ଫେସବୁକ ଏବଂ ଫେସବୁକ ମେସେଞ୍ଜର ଅଧିକ ଲୋକପ୍ରିୟ। ଏହିସବୁ ଆପ୍ସରେ ଆପଣଙ୍କୁ ଅନେକ ପ୍ରକାର ଫିଚର୍ସ ମିଳିବ। ଯାହା ବିଷୟରେ ସବୁ ଲୋକ ଜାଣିନଥାନ୍ତି। ଏମିତି ଏକ ଫିଚର ଫେସବୁକ୍‌ ମେସେଞ୍ଜରରେ ରହିଛି, ଯାହା secret conversation ନାମରେ ଜଣାଶୁଣା। ତେବେ ଏହା କ’ଣ ଜାଣନ୍ତୁ …

ଫେସବୁକ ସିକ୍ରେଟ କନଭରସେସନ୍‌ ଫିଚର :

ଫେସବଚକର ସିକ୍ରେଟ କନଭରସେସନ୍‌ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟଡ୍‌ ହୋଇଥାଏ। ଏହି ଫିଚରର ବ୍ୟବହାର ୟୁଜର୍ସ ଅନ୍ୟ କାହାର ମେସେଜ ପଢିବା ଚିନ୍ତା ଛାଡି ଚାଟ୍‌ କରିପାରିବେ। ଯେହେତୁ ଏହାକୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ଟଡ, ତେଣୁ ଆପଣଙ୍କୁ ପଠାଯାଇଥିବା ମେସେଜକୁ କେହି ମଝିରୁ ପଢିବା ସମ୍ଭବ ନୁହେଁ।

ଆପଣଙ୍କ ମେସେଜକୁ ଫେସବୁକ୍‌ ମଧ୍ୟ ପଢିପାରିବ ନାହିଁ। ଏହାଛଡା ଏଥିରେ ଡିସ୍‌ଆପରିଂ ମେସେଜ ଫିଚର ମଧ୍ୟ ଆସିଥାଏ। ଯାହା ଦ୍ୱାରା ଆପଏକ ଏକ ନିର୍ଦ୍ଦିଷ୍ଟ ସମୟରେ ମେସେଜ ପଠାଇପାରିବେ। ସେହି ନିର୍ଦ୍ଦିଷ୍ଟ ସମୟ ଯିବା ପରେ ମେସେଜ ଆପେ ଆପେ ଡିଲିଟ୍‌ ହୋଇଯାଏ।

ଏହା ସହିତ ଆଉ ଏକ ନୂଆ ଫିଚର ଆଡ୍‌ ହୋଇଛି। ଯଦି ଆପଣଙ୍କ ମେସେଜର ଅନ୍ୟ କେହି ୟୁଜର୍ସ ସ୍କ୍ରିନସଟ୍‌ ବି ନିଏ, ତେବେ ଆପଣଙ୍କୁ ନୋଟିଫିକେସନ ମିଳିବ। ଏହି ଫିଚର କେବଳ ମୋବାଇଲ ଆପରେ ମିଳିବ। େଓ୍ଵବ ଭର୍ସନରେ ଏହି ଫିଚର ମିଳିବ ନାହିଁ।

କେମିତି କାମ କରେ ଏହି ଫିଚର :

ପ୍ରଥମେ ଆପଣ ନିଜ ସ୍ମାର୍ଟଫୋନର ମେସେଞ୍ଜର ଆପ୍‌ ଓପନ କରନ୍ତୁ।

ଏହାପରେ ଆପଣ କମ୍ପୋଜ ବଟନ(ପେନ୍‌ ପରି ଚିହ୍ନ ଥିବା)ରେ କ୍ଲିକ କରିବା ପରେ ମେସେଞ୍ଜର ଡାହାଣ ପଟେ ଟପ୍‌ ଉପରେ ରହିଥିବ।

ଏଠାରେ ଥିବା ଏକ ଟଗଲ ବଟନ ଅପ୍‌ ରହିଥିବ, ତାହାକୁ ଆପଣଙ୍କୁ ଅନ୍‌ କରିବାକୁ ପଡିବ।

ଏହି ଟଗଲ୍‌ ବଟନ ଅନ୍‌ କରିବା ପରେ ମେସେଞ୍ଜରରେ ଆପଣ ଯାହାକୁ ମେସେଜ କରିବାକୁ ଚାହୁଁଛନ୍ତି, ତାକୁ ସିଲେକ୍ଟ କରି ମେସେଜ କରିପାରିବେ।

ଆପଣ ସେହି ବ୍ୟକ୍ତିଙ୍କ ନାମ ଉପରେ କ୍ଲିକ କରି ସିକ୍ରେଟ କନଭରସେସନ ଆରମ୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.