ଆନନ୍ଦପୁର: ମହୁଲ ତୋଳାକୁ କେନ୍ଦ୍ର କରି ତୀରମାଡ଼, ଜଣେ ଗୁରୁତର

ଆନନ୍ଦପୁର(କେନ୍ୟୁଜ): ମହୁଲ ତୋଳାକୁ କେନ୍ଦ୍ର କରି ତୀରମାଡ଼, ଜଣେ ଗୁରୁତର । ଆନନ୍ଦପୁର ଉପାନ୍ତ ମହୁଲଡିହା ଥାନା ଝାଟିକିଡିହା ଗାଁରେ ଏଭଳି ଘଟଣା ଘଟିଛି । ଗୁରୁତର କାଠିଆ ମଢେଇଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଅନୁଯାୟୀ, କାଠିଆ ଆଜି ସକାଳୁ ମହୁଲ ତୋଳିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ ।

ମହୁଲ ତୋଳାକୁ ନେଇ ପୂର୍ବରୁ ରାଗ ଥିବା ଅଭିମନ୍ୟୁ ସେଠି ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ତୀରଟି କାଠିଆଙ୍କ ଗୋଡରେ ମାଡ ହେବାରୁ ଗୋଡଟି ଭାଙ୍ଗିଯାଇଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.