ଭୁବନେଶ୍ବର: ଉଠାଦୋକାନ ପକେଇବାକୁ ନେଇ ସହିଦନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର(କେନ୍ୟୁଜ୍): ଅସାମଜିକଙ୍କ ଅଡ୍ଡାସ୍ଥଳୀ ପାଲଟିଛି ସହିଦନଗର ଅଞ୍ଚଳ। ସହିଦନଗରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଉଠାଦୋକାନକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ । ଗୋଷ୍ଠୀ ସଂଘର୍ଷରେ ୧୦ ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।  ଗୁରୁତର ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁଇଦିନ ତଳେ ସାମନ୍ୟ କଥାକୁ ନେଇ ବଚସା ହୋଇଥିଲା।  ପୋଲିସ ବିଳମ୍ବରେ ପହଂଚିବାକୁ ନେଇ ଅସନ୍ତୋଷ ଏତଲା ସାଙ୍ଗକୁ ଥାନା ଘେରାଉ କରିଥିଲେ ଅସନ୍ତୁଷ୍ଟ କିଛି ଯୁବକ । ଉଠାଦୋକାନ ପକେଇବାକୁ ନେଇ ହେଉଛି  ଗଣ୍ଡଗୋଳର ସୂତ୍ରପାତ ।