Below header

ଏହି ରାଶିର ଲୋକେ ହୋଇଥାନ୍ତି ବହୁତ ଭାବୁକ, ବହୁତ ଶୀଘ୍ର ଆପଣଙ୍କ ଉପରେ କରିଥାନ୍ତି ଭରଷା ଓ ପୁଣି କ୍ଷତିର ପଡିଥାନ୍ତି

ଭାବୁକତା ମନୁଷ୍ୟର ଏକ ସ୍ୱଭାବ । ଯାହାକି ବ୍ୟକ୍ତିର ଅନ୍ତର୍ନିହିତ କ୍ରିୟା ସହ ଜଡିତ । ହେଲେ ଯେତେବେଳେ ମନୁଷ୍ୟ ଅଧିକ ଭାବୁକ ହୋଇଯାଏ ସେଥିପାଇଁ ତାକୁ କ୍ଷତି ସହିବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ ମନୁଷ୍ୟର ରାଶି ଅନୁଯାୟୀ ତା’ର ସ୍ୱଭାବ ହୋଇଥାଏ । ଏମିତି କିଛି ରାଶି ଅଛନ୍ତି ଯେଉଁମାନେ ନିଜର ଭାବୁକ ସ୍ୱଭାବ ପାଇଁ ସମସ୍ତଙ୍କୁ ଭରଷା କରିଥାନ୍ତି ଓ ପରେ ପୁଣି ଏଥିପାଇଁ ପସ୍ତାଇଥାନ୍ତି ।

ମିଥୁନ ରାଶି :

ଯେଉଁ ଲୋକଙ୍କ ମିଥୁନ ରାଶି ହୋଇଥାଏ । ସେମାନେ କଳା ପ୍ରେମୀ ହୋଇଥାନ୍ତି । ଅଧିକ ସମ୍ବେଦନଶୀଳ କାରଣରୁ ଏମାନେ ମିଛ, ଧୋକା ଓ ଭୁଲ କଥାକୁ ବରଦାସ୍ତ କରିପାରି ନଥାନ୍ତି । ଏମାନେ ଖୁସ ବେଳେ ନିଜର ଖୁସିକୁ ଖୋଲାଖୋଲି ପ୍ରକାଶ କରିଥାନ୍ତି । ସେହିପରି ଦୁଃଖ ଆସିଲେ ଶୀଘ୍ର ବ୍ୟସ୍ତ ହୋଇ ଯାଆନ୍ତି । ଏମାନଙ୍କୁ ଅଧିକ ଚାପରେ ରହିବାକୁ ଭଲ ଲାଗିନଥାଏ । ଯଦି କେହି ଏମାନଙ୍କୁ ଦୁଃଖ ଦିଏ, ଖୁବ ଶୀଘ୍ର ଭାବୁକ ହୋଇ ଯାଆନ୍ତି । ଏମାନଙ୍କ ଆଖିରୁ ଲୁହ ଖସିଥାଏ । ଯେଉଁ ଲୋକଙ୍କ ନାମ ‘କ’, ‘ଛ’ ଓ ‘ଘ’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମିଥୁନ ରାଶି ହୋଇଥାନ୍ତି ।

କନ୍ୟା ରାଶି :

ସେହିପରି କନ୍ୟା ରାଶିର ଲୋକେ ବହୁତ ଭାବୁକ ହୋଇଥାନ୍ତି । ଏପରି ଲୋକ ଅନ୍ୟର ବହୁତ ଧ୍ୟାନ ରଖିଥାନ୍ତି । ଏଥିପାଇଁ ସେ ନିଜେ ଦୁଃଖ ଓ କଷ୍ଟ ଉଠାଇ ଅନ୍ୟର କଥା ବୁଝିଥାନ୍ତି । ଏମିତି ଲୋକ ନିଜର ଦୁଃଖ-କଷ୍ଟ ସହଜରେ ଅନ୍ୟ ଆଗରେ ପ୍ରକାଶ କରିନଥାନ୍ତି । ଏମାନେ ବାହାରୁ ବହୁତ କଠୋର ଦେଖା ଗଲେ ବି ଭିତରଟା ବହୁତ ନରମ ଥାଏ । ଅନ୍ୟର ଦୁଃଖ ଦେଖିଲେ ବିଚଳିତ ହୋଇଯାଆନ୍ତି । ଅଧିକ ଭାବୁକ କାରଣରୁ ଠିକ ଓ ଭୁଲର ଫରକ ଜାଣି ପାରିନଥାନ୍ତି । ଚାଲାକ ଓ ସ୍ୱାର୍ଥପର ଲୋକ ଏମାନଙ୍କର ବହୁତ ଲାଭ ଉଠାଇଥାନ୍ତି । ତେଣୁ ଏମାନେ ସତର୍କ ରହିବା ଦରକାର । ଯାହାର ନାମର ମୂଳ ଅକ୍ଷର ‘ପା, ପୀ, ପୁ, ଷ,ଣ,ଠ ଓ ପୋ ’ ହୋଇଥାଏ ସେମାନେ କନ୍ୟା ରାଶି ହୋଇଥାନ୍ତି ।

ମୀନ ରାଶି :

ରାଶି ଚକ୍ରରେ ମୀନ ରାଶି ବହୁତ ସମ୍ବେଦନଶୀଳ ରାଶି । ଏମାନେ ନିଜ ଧୁନରେ ରହିବାକୁ ଭଲ ପାଇଥାନ୍ତି । ଏମାନଙ୍କର ସ୍ୱଭାବ ଚଞ୍ଚଳ ହୋଇଥାଏ । ଗୋଟିଏ ସ୍ଥାନରେ ବେଶୀ ସମୟ ରହିବାକୁ ପସନ୍ଦ କରିନଥାନ୍ତି ଏହି ରାଶିର ଲୋକେ । ଏମାନେ ବହୁତ ଭାବୁକ ହୋଇଥିବାରୁ ଟିକିଏ କଷ୍ଟ ହେଲେ ବିଚଳିତ ହୋଇଯାଆନ୍ତି । ଯେଉଁଥିପାଇଁ ଏମାନଙ୍କୁ ବହୁତ କଷ୍ଟ ଉଠାଇବାକୁ ପଡ଼ିଥାଏ । ଯାହାର ନାମ ମୂଳ ଅକ୍ଷର ‘ଦୀ, ଦୁ, ଥ, ଝ, ଦେ, ଦୋ, ଚା, ଜୀ’ ଅକ୍ଷରରୁ ଆରମ୍ଭ ହୋଇଥାଏ । ସେମାନେ ମୀନ ରାଶିର ଲୋକେ ହୋଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.