ଚାଣକ୍ୟ ନୀତି : ଏହି ୫ ସ୍ଥାନରେ ଗୋଟିଏ ଦିନ ବି ବାସ କରନ୍ତୁ ନାହିଁ, ହେବ ବହୁତ କ୍ଷତି

ଚତୁର ରଣନୀତିକାର ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିକୁ ନେଇ ସାରା ଦୁନିଆରେ ପ୍ରସିଦ୍ଧ । ଚାଣକ୍ୟ ଜୀ ନିଜର ନୀତି ବଳରେ ହିଁ ନନ୍ଦ ବଂଶର ନାଶ କରିପାରିଥିଲେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ମଗଧ ସମ୍ରାଟ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ପ୍ରାୟ ସବୁ ବିଷୟରେ ଗଭୀର ଜ୍ଞାନ ରହିଥିଲା ।

ଏଥିପାଇଁ ସେ ଏକ ନୀତି ଶାସ୍ତ୍ରର ରଚନା କରିଥିଲେ । ଯାହା ଜରିଆରେ ସେ ଦୁନିଆକୁ ମାର୍ଗ ଦର୍ଶନ କରିଥିଲେ । ବର୍ତ୍ତମାନ ସମୟରେ ଚାଣକ୍ୟଜୀଙ୍କ ନୀତିର ବହୁତ ପ୍ରାସଙ୍ଗିକତା ରହିଛି । କୁହାଯାଏ ଯେଉଁ ବ୍ୟକ୍ତି ଚାଣକ୍ୟଙ୍କ ନୀତିର ଅନୁସରଣ କରେ ତାଙ୍କୁ ଜୀବନରେ କେବେ ଅସଫଳତା ହେବାକୁ ପଡେ ନାହିଁ ।

ଚାଣକ୍ୟ ଜୀବନ ଦର୍ଶନ ଉପରେ ବହୁତ କଥା କହିଛନ୍ତି । ସମାଜରେ ଭଲରେ ରହିବାକୁ ହେଲେ କ’ଣ ସବୁ ମାନିବା ଉଚିତ୍‌ ହେବ ସେ ସମ୍ପର୍କରେ ମଧ୍ୟ ମନୁଷ୍ୟକୁ ଉପଦେଶ ଦେଇଛନ୍ତି । ଯଦି ଚାଣକ୍ୟଙ୍କ କଥା ନମନାଯାଏ ତେବେ ବ୍ୟକ୍ତିକୁ ବହୁତ କ୍ଷତି ସହିବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା କେଉଁ ୫ ସ୍ଥାନରେ ନ ରହିବାକୁ ଚାଣକ୍ୟ ଉପଦେଶରେ କହିଛନ୍ତି ।

ଧନବାନ ବ୍ୟକ୍ତି : ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ କେବେ ବି ଏପରି ଜାଗାରେ ରୁହନ୍ତୁ ନାହିଁ ଯେଉଁଠି କୌଣସି ଧନବାନ ବ୍ୟକ୍ତି ନରୁହନ୍ତି । କାରଣ ଯେଉଁ ବ୍ୟକ୍ତିଙ୍କ ପାଖରେ ଅର୍ଥ ଥାଏ ସେଠାରେ କିଛି ନା କିଛି ବ୍ୟବସାୟ କରିହୁଏ । ଫଳରେ ସେଠାରେ ତାଙ୍କୁ ତ ଫାଇଦା ମିଳିଥାଏ ଏଥିସହ ସେହି କମ୍ପାନୀରେ କାମ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଲାଭ ମିଳିଥାଏ ।

ବିଦ୍ୱାନ – ଚାଣକ୍ୟଙ୍କ ମତରେ ଏମିତି ଜାଗାରେ ରହିବା ଉଚିତ ନୁହେଁ ଯେଉଁଠି ବିଦ୍ୱାନ ବ୍ୟକ୍ତି ନଥିବେ । ଯଦି ଆପଣଙ୍କ ଆଖ ପାଖରେ କେହି ବି ପଢ଼ା ଲିଖା ବ୍ୟକ୍ତି ନଥିବେ କିମ୍ବା ବୁଦ୍ଧିମାନ ବ୍ୟକ୍ତି ନଥିବେ ତେବେ ଆପଣ ଠିକ ଓ ଭୁଲର ନିର୍ଣ୍ଣୟ ନେଇ ପାରିବେ ନାହିଁ । ଏମିତି ସ୍ଥାନରେ ଆପଣ ଭୁଲ ରାସ୍ତାରେ ଚାଲିଯିବେ ।

ରାଜା – ରାଜା ଅର୍ଥାତ ଶାସନ କର୍ତ୍ତା ବା ସାଧାରଣ କଥାରେ ଯିଏ ସମାଜର ନିୟମ କାନୁନକୁ ଧରି ରଖିବାର ଶ୍ରଦ୍ଧା ରଖିଥିବ । ଯଦି ଆପଣଙ୍କ ଆଖ ପାଖରେ ଏପରି ଲୋକ ନଥିବେ ତେବେ ସେଠାରେ ରହିବା ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ ।

ବୈଦ ବା ଡାକ୍ତର – କେବେ ବି ଏମିତି ସ୍ଥାନରେ ରୁହନ୍ତୁ ନାହିଁ ଯେଉଁଠି ମେଡିକାଲ ସୁବିଧା ନଥିବ । କିମ୍ବା ଡାକ୍ତର ନଥିବେ । ଯଦି ଆଖ ପାଖରେ ଡାକ୍ତର ନଥିବେ ତେବେ ଆପଣଙ୍କ ଜୀବନ ରୋଗ ଯୋଗୁ କୌଣସି ମୂହୁର୍ତ୍ତରେ ଚାଲିଯାଇପାରେ ବୋଲି ଚାଣକ୍ୟ କହିଛନ୍ତି ।

ନଦୀ – ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ବ୍ୟକ୍ତିକୁ ଏପରି ଯାଗାରେ ରହିବା ଉଚିତ୍‌ ଯେଉଁଠି ନଦୀ କିମ୍ବା ପାଣିର ସ୍ରୋତ ଥିବ । କାରଣ ଜଳ ହିଁ ଜୀବନ । ଜଳ ବିନା ସବୁ ପ୍ରକାର ସଂକଟ ଆସିଥାଏ । ଚାଷ ଠାରୁ ଆରମ୍ଭ କରି ସବୁ କାମରେ ଜଳର ଆବଶ୍ୟକ ରହିଛି । ତେଣୁ କୌଣସି ସ୍ଥାନରେ ରହିବା ପୂର୍ବରୁ ଜଳର ବା ନଦୀର ଉତ୍ସ ସମ୍ପର୍କରେ ଜାଣିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.