ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ

boma madaଗଞ୍ଜାମ: ଗୋଳନୁରା ଥାନା ଅନ୍ତର୍ଗତ ତାତଡାପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଉଭୟ ଗୋଷ୍ଠି ପକ୍ଷରୁ ବୋମା ମାଡ ହୋଇଛି। ଆଜି ସକାଳେ ଗୋଟିଏ ଗୋଷ୍ଠିର ଲୋକେ ଆକ୍ରମଣ କରିବା ସହ ବୋମା ମାଡ କରିଥିଲେ। ଏଥିରେ ୧୦ରୁ ଅଥିକ ଆହତ ହୋଇଛନ୍ତି,ଗୁରୁତର ଆହତ ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ସ୍ଥଳରେ ଗୋଳନୁରା ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବାବେଳେ ଉଭୟ ଗୋଷ୍ଟିର ୧୦ ଜଣଙ୍କୁ ଅଟକ ରଖିଛି । ଏନେଇ ଗ୍ରାମରେ ଉତ୍ତେଜନାକୁ ଦ୍ରୁଷ୍ଟିରେ ରଖି ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି।

Leave A Reply

Your email address will not be published.