ବୁରାଡ଼ି ଆତ୍ମହତ୍ଯା ରହସ୍ୟ: ଘଟଣାରେ ଜଣେ ମହିଳା ତାନ୍ତ୍ରିକ ଗିରଫ

delhi Buradiନୂଆଦିଲ୍ଲୀ: ଦିଲ୍ଲୀ ବୁରାଡ଼ି ହତ୍ଯାକାଣ୍ଡର ରହସ୍ୟ ଉପରୁ ହଟୁନି ପରଦା। କାହିଁକି ଭାଟିଆ ପରିବାରର ୧୧ ଜଣ ଆତ୍ମହତ୍ୟା କଲେ ? କଣ ରହିଛି ଏହା ପଛର କାରଣ? ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପ୍ରମାଣ ଯୋଗାଡ଼ରେ ଲାଗି ପଡିଛି। ଏବେ ପରିବାର ଲୋକଙ୍କ କଲ ରେକର୍ଡ ଯାଂଚ କରୁଛି ତଦନ୍ତକାରୀ ସଂସ୍ଥା। ପରିବାରର ସବୁ ସଦସ୍ୟଙ୍କ ମୋବାଇଲର କଲ ରେକର୍ଡ ଯାଂଚ କରିବା ପରେ ୫୦୦ ଜଣିଆ ଲିଷ୍ଟ ତିଆରି ହୋଇଛି। ଏହି ୫୦୦ ଜଣଙ୍କୁ ପଚରାଉଚରା କରାଯିବ।

ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦୦ ଜଣଙ୍କୁ ପଚରାଉଚରା ସରିଲାଣି। ଅନ୍ୟପଟେ ଏହି ଘଟଣାରେ ଜଣେ ମହିଳା ତାନ୍ତ୍ରିକଙ୍କୁ ପୋଲିସ ଗିରଫ କରିଛି। ଭାଟିଆ ପରିବାର ସହ ସଂପର୍କ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତେବେ ମହିଳା ତାନ୍ତ୍ରିକ ଜଣଙ୍କ ଭାଟିଆ ପରିବାର ସହ ସଂପର୍କକୁ ଅସ୍ୱୀକାର କରିଛନ୍ତି। ଗିରଫ ହୋଇଥିବା ଏହି ମହିଳା ତାନ୍ତ୍ରିକ ହେଉଛନ୍ତି ଭାଟିଆ ପରିବାରର ଘର ନିର୍ମାଣ କରିଥିବା କଂଣ୍ଟ୍ରାକ୍ଟରଙ୍କ ଭଉଣୀ। ସେ ଭୁତ ପ୍ରେତ ଛଡାଇବା ପାଇଁ ଗୁଣି ଗାରେଡି କରନ୍ତି ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.