ସମ୍ବଲପୁର: ଜୁଏଲର୍ସ ଦୋକାନରେ ଜିଏସ୍‌ଟି ରେଡ୍‌, ବିଡ଼ା ବିଡ଼ା ଟଙ୍କା ଜବତ

ସମ୍ବଲପୁର(କେନ୍ୟୁଜ୍):ସମ୍ବଲପୁର ସହରର ମାରୱାଡ଼ିପଡ଼ାଠାରେ ଥିବା ଏକ ଜୁଏଲର୍ସ ଦୋକାନରେ ଜିଏସ୍‌ଟି ରେଡ୍‌। ସମ୍ବଲପୁର ସିଟି ଓ ଜିଏସ୍‌ଟି ବିଭାଗର ଅଧିକାରୀମାନେ ଏହି ରେଡ୍‌ରେ ସାମିଲ ରହିଛନ୍ତି। ଏକ ୧୦ ଜଣିଆ ଟିମ୍‌ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ୍‌ ସୁନା ଦୋକାନ ମାଲିକଙ୍କ ଘରେ ଚଢ଼ାଉ କରିଛି।

ଏହି ଚଢ଼ାଉ ସମୟରେ ଦୋକାନର ସମସ୍ତ କାଗଜ ପତ୍ରର ଯାଞ୍ଚ କରୁଛି ଜିଏସ୍‌ଟି ବିଭାଗ। ସେପଟେ ଏହି ସୁନା ଦୋକାନୀ ଟିକସ ଫାଙ୍କିବା ଅଭିଯୋଗ ହୋଇଛି। ଦୋକାନ ଭିତରୁ ବିଡ଼ା ବିଡ଼ା ଟଙ୍କା ଜିଏସ୍‌ଟି ଅଧିକାରୀମାନେ ପାଇଛନ୍ତି। ବିଗତ କିଛି ଦିନର ସୁନା କ୍ରୟ ଓ ବିକ୍ରିର ସମସ୍ତ ଡାଟା ଅଧିକାରୀମାନେ ଚେକ୍‌ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.