ଭଦ୍ରକ ଜିଲ୍ଲାର ଦ୍ୱିତୀୟ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠରେ ପାଳିତ ହୋଇଛି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଞ୍ଚାୟତର ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠ । ଏଠାରେ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳା ୫ ଦିନ ଧରି ଚାଲିବ।

ପୌରାଣିକ କିମ୍ବଦନ୍ତୀ ଓ ଐତିହାସିକ ପୃଷ୍ଠଭୂମି ଉପରେ ଓଡ଼ିଶାର ଯେଉଁ ମନ୍ଦିର ରହିଛି ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଂଚାୟତ ର ଥିବା ବିରଞ୍ଚି ନାରାୟଣ ମନ୍ଦିର ହେଉଛି ଅନ୍ଯତମ। ଯାହା ଦ୍ୱିତୀୟ ଅର୍କ କ୍ଷେତ୍ର ଭାବେ ପରିଚିତ। ନବମ ଶତାବ୍ଦୀ ରୁ ଏହି ମନ୍ଦିର ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଐତିହ୍ଯ ଓ ପରମ୍ପରା ଭିନ୍ନ ଏକ ଗାଥା ବହନ କରିଛି। ଏହି ମନ୍ଦିରରେ ସ୍‌ୱୟଂ ବ୍ରହ୍ମ ଦେବ ପୂଜା ପାଇ ଆସୁଛନ୍ତି।

ତେବେ ଏହି ପୀଠର ଯେପରି ପ୍ରସିଦ୍ଧି ରହିଛି ସେହିପରି ଏହି ବିରଞ୍ଚିନାରାୟଣ ପୀଠରେ ଗୁଣ୍ଡୁଣୀ ମେଳାର ଆକର୍ଷଣ ରହିଛି । କାହିଁ କେଉଁ କାଳର ଏହି ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇଛି । ନବମ ଶତାବ୍ଦୀରୁ କୀର୍ତ୍ତି ବହନ କରି ଆସୁଥିବା ଏହି ଦ୍ୱିତୀୟ କୋଣାର୍କରେ ଚଳିତ ବର୍ଷ ଆଡମ୍ବର ସହିତ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଚାଲିଛି ଏବଂ ଏହି ମନ୍ଦିର ଓ ମେଳାର କଣ ରହିଛି ପରମ୍ପରା ଏବଂ କାହିଁକି ଶ୍ରଦ୍ଧାଳୁ ମାନଙ୍କ ସମାଗମ ଏହି ପୀଠ ରେ ହୋଇଥାଏ ସେ ସମ୍ପର୍କ ରେ ଜାଣନ୍ତୁ..

ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅଧିନସ୍ଥ ପାଳିଆବିନ୍ଧା ପଞ୍ଚାୟତର ଥିବା ପ୍ରାଚୀନ ଅର୍କକ୍ଷେତ୍ର ବିରଞ୍ଚିନାରାୟଣଙ୍କ ପୀଠ । ଏଠାରେ ପ୍ରସିଦ୍ଧ ଗୁଣ୍ଡୁଣୀ ମେଳା ଆରମ୍ଭ ହୋଇ ଯାଇଛି । ଚଳିତ ବର୍ଷ ଏହି ମେଳାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଛି । ଏହି ମେଳା ୫ ଦିନ ଧରି ଚାଲିବ। ବିରଞ୍ଚିନାରାୟଣ ମନ୍ଦିର ଚର୍ତୁମୁଖୀ ବ୍ରହ୍ମା ମନ୍ଦିର ଭାବେ ପରିଚିତ ଥିବାରୁ ଏହା ବହୁ ଗରୁତ୍ୱ ବହନ କରିଛି ।

ଅଗ୍ନିତ୍ସୋବ ପରଦିନ ଏଠାରେ ଏହି ପର୍ବ ପାଳନ କରାଯାଇଥାଏ ।କୁହାଯାଏ ଏହି ସ୍ଥାନରେ ଏକ ପ୍ରାଚୀନ ବନ୍ଦର ଥିଲା ଯାହାର ନାମ ଗୁଣ୍ଡୁଣୀ ।ଏହାର ନାମ କରଣ ଅନୁସାରେ ଏହା ଗୁଣ୍ଡୁଣୀ ଯାତ୍ରାଭାବେ ପାଳନ କରାଯାଉଛି ।ଏସିଆ ମହାଦେଶର ଅର୍କକ୍ଷେତ୍ର ଭାବେ କୋଣାର୍କକୁ ନିଆଗଲେ ତାହା ୧୩ଶ ଶତାଦ୍ଧୀରେ କିନ୍ତୁ ବିରଞ୍ଚିନାରାୟଣ ମନ୍ଦିର ୯ମ ଶତାଦ୍ଧୀରେ ର୍ନିମାଣ କରା ଯାଇଥିବା ଐତିହାସିକ ତଥ୍ଯ ରହିଛି। ପ୍ରସିଦ୍ଧ ଗୁଣ୍ଡୁଣି ମେଳା ଯାତ୍ରାର ବିଶେଷତ୍ୱ ହେଉଛି ଭକ୍ତମାନେ ଫୁଲଛତା ମାନସିକ କରି କୁଷ୍ଠ ଓ ଛଉପରି ରୋଗରୁ ମୁକ୍ତ ହୋଇଥାନ୍ତି ।ଏହି ଯାତ୍ରାରେ ମାନସିକ ରଖିଥିବା ବିଭିନ୍ନ ସ୍ଥାନରୁ ଭକ୍ତମାନେ ଆସି ଫୁଲ ଛତା ଅର୍ପଣ କରିଥାନ୍ତି ।

ପୁରାଣ ମତରେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବାକୁ ଆସି ପୂର୍ବରୁ ଥିବା ଏଠାରେ ଥିବା ସମୂଦ୍ର କୂଳରେ ସୂର୍ଯ୍ଯ ଉପାସନା କରି ଆରୋଗ୍ଯ ହୋଇଥିଲେ । ଚୂଳଚଢା ପର୍ବରେ ଉପାସନ କରି ଗୁଣ୍ଡୁଣୀ ମେଳା ଦିନ ଫେରିଥିଲେ । ଏଣୁ କୌଣସି ଲୋକର ଚର୍ମ ରୋଗ ହେଲେ ବିରଞ୍ଚିନାରାୟଣଙ୍କ ଉଦ୍ଦେଶ୍ଯରେ ଫୁଲଛତା ମାନସିକ କରିଥାନ୍ତି ବୋଲି ଏଠାକାର ଏକ ବିଶ୍ୱାସ ରହି ଆସିଛି ।

ଏହାକୁ ସୂର୍ଯ୍ଯ ଉପାସନା କ୍ଷେତ୍ର ବୋଲି ଚିହ୍ନତ କରିଥାଆନ୍ତି । ଏହି ମନ୍ଦିର ବେଢାର ଲମ୍ବ ୨୪୦ ଫୁଟ ହୋଇଥିବା ବେଳେ ପାଚେରୀ ଉଚ୍ଚତା ୮ଫୁଟ ଓସାର ୫ ଫୁଟ । ମନ୍ଦିରର ଚାରିପାଖରେ ୧୬ ଟି ଚକ ଲାଗିଛି । ଏହା ଏକଦା କଳାପାହାଡରେ ଆକ୍ରମଣର ମଧ୍ୟ ଶିକାର ହୋଇଥିଲା। ତେବେ ଏହି ମେଳା କୁ ଅଧିକ ଆକର୍ଷଣୀୟ କରିବା ପାଇଁ ମେଳା କମିଟି ପକ୍ଷରୁ ବ୍ଯାପକ ବ୍ୟବସ୍ଥା କରାଯାଇଛି । ଅସ୍ଥାୟୀ ଦୋକାନ ବଜାର ମଧ୍ୟ ପଡିଛି. ଶ୍ରଦ୍ଧାଳୁ ମାନେ ବିରଞ୍ଚି ନାରାୟଣ ଙ୍କୁ ଦର୍ଶନ କରିବା ସହିତ ମେଳା ବୁଲି ବେଶ ଖୁସି ଅଛନ୍ତି. ରାଜ୍ଯ ସରକାର ଏହି ପୀଠ କୁ ପର୍ଯ୍ଯଟନ ସ୍ଥଳ ଭାବେ ଘୋଷଣା କରିବା ସହିତ ଉନ୍ନତି ମୂଳକ କାର୍ଯ୍ଯ ଆରମ୍ଭ କରିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.