ଆମ୍ବ ତୋଟାରୁ ସାଇକେଲ ସହ ଅର୍ଦ୍ଦଦଗ୍ଧ ମୃତଦେହ ଜବତ

ଅନୁଗୋଳ : ନାଲକୋ ଥାନା ଗୋପୀନାଥପୁର ଗାଁର ଆମ୍ବ ତୋଟାରୁ ମଙ୍ଗଳବାର ଦିନ ପୁଲିସ ଅର୍ଦ୍ଦଦଗଗ୍ଧ ମୃତଦେହ ଜବତ କରିଛି। ମୃତକ ହେଲେ ଆଠମଲ୍ଲିକ ଆଡିକଟା ଗାଁର ସୁଶାନ୍ତ ରାଉତ। ସୂଚନାଥାଉ କି, ସୁଶାନ୍ତ ଦୀର୍ଘଦିନ ହେବ ନାଲକୋ ଅଞ୍ଚଳରେ ଏକ ରାସନ ଦୋକାନ କରି ନିଜ ପରିବାର ଚଳାଉଥିଲେ। ଗତ ୧୯ତାରିଖ ଦିନ ସୁଶାନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ। ଏହା ପରେ ପରିବାରେ ଲୋକେ ନାଲକୋ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ବହୁ ଖୋଜା ଖୋଜି କରିବା ପରେ ମଙ୍ଗଳବାର ଦିନ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଆମ୍ବ ତୋଟାରୁ ପାଇଥିଲା। ପୁଲିସ ଶବ ଜବତ କରିବା ସହ ତଦନ୍ତ ଚଳାଇଛି। ପୂର୍ବ ଶତ୍ରୁତା ପାଇଁ ସୁଶାନ୍ତଙ୍କୁ ହତ୍ୟା କରାଯାଇ ପୋଡି ଦେଇଥିବା ଅନୁମାନ କରାଯାଉଛି।