କଞ୍ଚା ଖାଇବା ପରିବର୍ତ୍ତେ ଘରେ ବନାନ୍ତୁ ନିମ୍ବ ପତ୍ର ଚା’, ଶରୀରକୁ ମିଳିବ ଅଜବ ପ୍ରକାର ଫାଇଦା
ନିମ୍ବର ଫାଇଦା ବିଷୟରେ ସମସ୍ତେ ଜାଣନ୍ତି। ଏହା ଏମିତି ଏକ ଗଛ, ଯାହାର ମୂଳଠାରୁ ଡାଳପତ୍ର ପର୍ଯ୍ୟନ୍ତ ସବୁକିଛି କାମରେ ଆସିଥାଏ। ନିମ୍ବ ସେବନ କଲେ ଶରୀରରେ ରକ୍ତ ସଫା ହେବା ସହିତ ସ୍କିନ୍ରେ ମଧ୍ୟ ଚମକ ଆସିଥାଏ। ବହୁ ଲୋକ ସକାଳୁ ନିମ୍ବ ପତ୍ର ଚୋବାଇ ଖାଇଥାଆନ୍ତି। ଏହା ପାଟିକୁ ପିତା ଲାଗୁଥିଲେ ମଧ୍ୟ ଅନେକ ଗୁଣର ଅଧିକାରୀ ହୋଇଥାଏ। କିନ୍ତୁ ଆମେ ଆପଣଙ୍କୁ ସକାଳୁ ନିମ୍ବ ପତ୍ର ଚୋବାଇବାକୁ ନୁହେଁ, ବରଂ ନିମ୍ବ ପତ୍ରରେ ପ୍ରସ୍ତୁତ ଚା’ର ଫାଇଦା ବିଷୟରେ କହିବୁ।
ନିମ୍ବ ଚା’ ବନାଇବାର ବିଧି
– କୌଣସି ପାତ୍ରରେ ପାଣି ଗରମ କରନ୍ତୁ।
– ଗୋଟିଏ କପ୍ରେ ଏକ ମୁଠା ନିମ୍ବ ପତ୍ର ନିଅନ୍ତୁ ଏବଂ ସେଥିରେ ଗରମ ପାଣି ମିଶାନ୍ତୁ।
– ନିମ୍ବ ପତ୍ରଗୁଡ଼ିକୁ ଗରମ ପାଣିରେ ୫-୭ ମିନିଟ୍ ପର୍ଯ୍ୟନ୍ତ ଭିଜେଇ ରଖନ୍ତୁ। ଏହାପରେ ପତ୍ରଗୁଡ଼ିକୁ ଛାଣି ଦିଅନ୍ତୁ।
– ଏବେ ଏଥିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଅନ୍ତୁ।
ନିମ୍ବ ପତ୍ରର ଫାଇଦା
୧. ନିମ୍ବ ପତ୍ରର ଚା’ ରକ୍ତକୁ ପରିଷ୍କାର କରିଥାଏ ଏବଂ ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।
୨. ଏହା ଶରୀରରୁ ଫଙ୍ଗଲ ଇଫେକ୍ସନରୁ ହେଉଥିବା ଯାଦୁ, କାଛୁ, କୁଣ୍ଡିଆ ଆଦିରୁ ରକ୍ଷା କରିଥାଏ। ଏମିତି ଇଫେକ୍ସନ ଥିଲେ, ନିମ୍ବ ପତ୍ରଗୁଡ଼ିକୁ ପେଶି ଉକ୍ତ ସ୍ଥାନରେ ଲଗାଇଲେ ବେଶ୍ ଫାଇଦା ମିଳିଥାଏ।
୩. ନିମ୍ବକୁ ପାଣିରେ ସିଝାଇ ସେହି ପାଣିରେ କେଶ ଧୋଇଲେ ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।
୪. କ୍ୟାନସର ଏବଂ ଟ୍ୟୁମର ଭଳି ଗମ୍ଭୀର ରୋଗକୁ ଭଲ କରିବାରେ ନିମ୍ବ ପତ୍ର ସେବନ ବେଶ୍ ଲାଭଦାୟକ ହୋଇଥାଏ। ନିମ୍ବ ପତ୍ରରେ ପଲି ସାକେରାଇଡସ୍ ଓ ଲିୟୋମେନଏଡସ୍ ରହିଥାଏ, ଯାହାକି ଶରୀର ଭିତରେ କ୍ୟାନସର ଏବଂ ଟ୍ୟୁମର ସେଲ୍ସକୁ ବଢ଼ାଇବାକୁ ଦିଏନାହିଁ।
୫. ଏହା ମୁଖରୁ ବାହାରୁଥିବା ଦୁର୍ଗନ୍ଧକୁ ଦୂର କରିଥାଏ।