Below header

ବଜାରରେ ମିଳୁଛି ନକଲି ଅଦା, କାଇଁ ଆପଣ ତ କିଣୁନାହାଁନ୍ତି, ଏମିତି କରନ୍ତୁ ଅସଲିର ଯାଞ୍ଚ୍‌

ଲକ୍ଷ୍ନୌ : ସାବଧାନ ! ଏବେ ବଜାରରେ ମିଳୁଛି ନକଲି ଅଦା । ଠିକ୍‌ ଭାବରେ ଯାଞ୍ଚ କରି ନଆଣିଲେ ଫସିବେ । ଅଖାଦ୍ୟ ଖାଇବେ, ରୋଗ କିଣିବେ । ତେଣୁ ବଜାରରୁ ଅଦା କିଣିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ ।

ନକଲି ଫଳ ଠୁ ଆରମ୍ଭ କରି ପରିବା ଓ ଖାଦ୍ୟ ପଦାର୍ଥର ସବୁ ନକଲି ଜିନିଷ ମିଳୁଛି ବଜାରରେ । ଟିକିଏ ବେହୁସିଆର ହେଲେ କଥା ସରିଲା । ଏବେ ନକଲି ଅଦା ବି ମିଳିଲାଣି । ଅଦାକୁ ଏକ ମସଲା ଭାବେ ବ୍ୟବହାର କରାଯାଉଥିଲେ ବି ଏହାର ଔଷଧୀୟ ଗୁଣ ବେଶ୍‌ ଉପକାରୀ । ତେବେ ଯଦି ଏହି ଅଦା ନକଲି ହୁଏ ଏହା ଶରୀରରେ ଭଲ ପରିବର୍ତ୍ତେ ଖରାପ ପ୍ରଭାବ ପକାଇବ । ଲକ୍ଷ୍ନୌ ସହରରେ ଏବେ ନକଲି ଅଦା ମିଳୁଛି । ତେବେ ଆପଣ କିପରି ଅସଲି ଅଦା ଚିହ୍ନିବେ ।

ପ୍ରଥମେ ସୁଂଘି କରି ଦେଖିବେ

ଯଦି ଆପଣ ଅଦା କିଣୁଛନ୍ତି ତେବେ ପ୍ରଥମେ ସୁଂଘି କରି ଦେଖନ୍ତୁ । କାରଣ ଅଦା ନାମରେ ଏବେ ଏକ ପ୍ରକାର ପାହାଡି ଚେର ମିଳୁଛି ଯାହା ଦେଖିବା ପାଇଁ ଠିକ୍‌ ଅଦା ଭଳି । ଅସଲି ଅଦାର ବାସ୍ନା ପ୍ରବଳ ଥିବା ବେଳେ ନକଲି ଅଦା କିନ୍ତୁ ଗନ୍ଧ ଦେଇଥାଏ । ଏଥିରୁ ଆପଣ ଜାଣି ପାରିବେ ଯେ କିଏ ଅସଲି ଆଉ କିଏ ନକଲି ।

ଅଦାର ଚୋପା ଉପରେ ଦିଅନ୍ତୁ ଧ୍ୟାନ

ଯେତେବେଳେ ଅଦା କିଣିବାକୁ ଯାଉଛନ୍ତି ପ୍ରଥମେ ଅଦାର ଚୋପା ଉପରେ ଧ୍ୟାନ ଦିଅନ୍ତୁ । କାରଣ ଅସଲି ଅଦାର ଚୋପା ପତଳା ହୋଇଥାଏ ଓ ଏହାକୁ ଅତି ସହଜରେ କଢ଼ାଯାଇ ପାରିଥାଏ ।

ଏସିଡ୍‌ ଧୂଆ ଅଦା ନିଅନ୍ତୁନି

ଏସିଡ୍‌ରେ ଧୂଆ ହୋଇଥିବା ଅଦା ସଫା ଦେଖାଯାଇଥାଏ । ତେଣୁ ସଫା ଅଦା ବଦଳରେ ବରଂ ମାଟି ଲଗା ଅଦା ନିଅନ୍ତୁ । ଏହା ସ୍ୱାଦ ଓ ବାସ୍ନା ଭଲ ରହିବ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଉପକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.