ମ୍ୟାଗି ବନାଇବା ଷ୍ଟାଇଲ ବଦଳାନ୍ତୁ, ଏପରି ଦିଅନ୍ତୁ ଇଣ୍ଡିଆନ୍ ଦେଶୀ ତଡକା
ଆବଶ୍ୟକ ସାମଗ୍ରୀ
- ୧ ପ୍ୟାକେଟ ମ୍ୟାଗି
- ଏକ କପ୍ ଫୁଲକୋବି କଟାହୋଇଥିବା
- ୧ ଚାମଚ୍ ଗରମ ମସଲା
- ୧/୪ ଚାମଚ୍ ଚାଟ୍ ମସଲା
- ଏ ଚାମଚ ସୋରିଷ
- ୧/୪ ଟେବୁଲ ଚାମଚ ହଳଦି ପାଉଡର
- ୧ ଚାମଚ୍ ଧନିଆ ପାଉଡର
- ୧/୪ ଚାମଚ୍ ଲାଲ ଲଙ୍କା ପାଉଡର
- ଏକ ଚିମୁଟା ହେଙ୍ଗୁ
- ଲୁଣ ସ୍ୱାଦାନୁସାରେ
- ତେଲ ଆବଶ୍ୟକ ଅନୁସାରେ
ପ୍ରସ୍ତୁତି ପ୍ରଣାଳୀ
- ପ୍ରଥମେ ମିଡିୟମ୍ ଫ୍ଲେମରେ ଆଞ୍ଚରେ ପ୍ୟାନ୍ ବସାଇ ତେଲ ଗରମ କରନ୍ତୁ। ଏଥିରେ ହେଙ୍ଗୁ ଏବଂ ସୋରିଷ ପକାଇ ତଡକା ଦିଅନ୍ତୁ।
- ଏହାପରେ ଆଳୁ, ଫୁଲକୋବି, ହଳଦି, ଧନିଆ ପାଉଡର,ଲାଲ ଲଙ୍କା ପାଉଡର, ଲୁଣ ଏବଂ ପାଣି ପକାଇ ମିକ୍ସ କରି ସିଝିବାକୁ ଦିଅନ୍ତୁ।
- ଯେତେବେଳେ ପରିବା ଭଲଭାବେ ସିଝିଯିବସେତେବେଳେ ଏଥିରେ ମ୍ୟାଗି, ମ୍ୟାଗି ମସଲା ଏବଂ ଏକ କପ୍ ପାଣି ପକାଇ ୫ ମିନିଟ୍ ପର୍ଯ୍ୟନ୍ତ ଫୁଟିବାକୁ ଦିଅନ୍ତୁ।
- ଏହାପରେ ଏଥିରେ ଗରମ ମସଲା ମିଶାଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।
- ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କର ସ୍ପେଶାଲ ଷ୍ଟାଇଲର ଆଳୁ କୋବି ମ୍ୟାଗି। ଏହାକୁ ଆପଣ ଗରମା ଗରମ ସର୍ଭ କରନ୍ତୁ।