ଯାଜପୁର: କଳିଙ୍ଗନଗରରେ ବଢିଚାଲିଛି ମଦ୍ୟପଙ୍କ ଦୌରାତ୍ମ୍ୟ, ହାଣ୍ଡିଆ ଝୁମ୍ପୁଡ଼ି ଭାଙ୍ଗିଲା କଳିଙ୍ଗନଗର ପୋଲିସ

ଯାଜପୁର ରୋଡ (କେନ୍ୟୁଜ): ହାଣ୍ଡିଆ ଝୁମ୍ପୁଡି ଭାଙ୍ଗିଲା କଳିଙ୍ଗନଗର ପୋଲିସ | ଜାତୀୟ ରାଜପଥରେ ପ୍ରତ୍ୟକ ଦିନ ମଦ୍ୟପଙ୍କ ଦୌରାତ୍ମ୍ୟ ଯୋଗୁ ଛୋଟବଡ ଦୁର୍ଘଟଣା ଘଟୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଅସ୍ଥାୟୀ ହାଣ୍ଡିଆ ହାଟ ଏହାର ପ୍ରମୂଖ କାରଣ ପଲଟିଛି ।

ଭାରୀଯାନ ରାସ୍ତା କଡ଼ରେ ଗାଡ଼ି ରଖି ଡ୍ରାଇଭର୍ ମାନେ ହାଣ୍ଡିଆ ପିଇ ମାତାଲ୍ ଅବସ୍ଥାରେ ଟ୍ରକ୍ ଚଳାଉ ଥିବା ବେଳେ ଶିଳ୍ପାଞ୍ଚଳ ରାସ୍ତାରେ ଦୁର୍ଘଟଣା ଘଟୁଛି । ଏହାକୁ ଦୃଷ୍ଟିରେ ରଖି କଳିଙ୍ଗନଗର ଥାନା ପୋଲିସ ତୁରନ୍ତ ପଦକ୍ଷେପ ଗ୍ରହଣ ପୂର୍ବକ ଡୁବୁରୀ ଠାରୁ ବ୍ରାହ୍ମଣୀ ସେତୁ ପର୍ଯ୍ୟନ୍ତ ଜାତୀୟ ରାଜପଥର ପାର୍ଶ୍ୱରେ ଥିବା ସମସ୍ତ ହାଣ୍ଡିଆ ହାଟର ଝୁମ୍ପୁଡିକୁ ଭାଙ୍ଗି ଦେଇଛି |

ଆମ ପୋଲିସ ସଦସ୍ୟ, ସ୍ଵେଚ୍ଛାସେବୀ ସଂଗଠନ, ସ୍ଥାନୀୟ ଜନ ପ୍ରତିନିଧି ଓ କଳିଙ୍ଗନଗର ପୋଲିସ୍ ମିଳିତ ଭାବେ ଏହି ଉଚ୍ଛେଦ କାର୍ଯ୍ୟକ୍ରମ କରିଥିବାବେଳେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି ପ୍ରସଂଶା କରିଛନ୍ତି l

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.