Below header

ଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ଆଉଟ୍‌ ହେଲା ଫେସବୁକ୍‌, ଜାଣନ୍ତୁ ଚଳିତବର୍ଷ କେତେ ରହିଛି ଏହାର ରେଟିଙ୍ଗ୍‌

ଫେସବୁକ୍‌ ସର୍ବଶ୍ରେଷ୍ଠ ୧୦ଟି କାର୍ଯ୍ୟସ୍ଥଳୀ ସୂଚୀରୁ ବାହାରକୁ ବାହାରି ଯାଇଛି । ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ନେଟଓ୍ଵାର୍କ କମ୍ପାନୀ ଗ୍ଳାସଡୋରର ୨୦୨୦ ସୂଚୀରେ ତଳକୁ ଖସିଆସି ୨୩ସ୍ଥାନରେ ପହଁଚି ଯାଇଛି ଫେସବୁକ୍‌ । ଗତବର୍ଷ ଫେସବୁକ୍‌ ୭ମ ସ୍ଥାନରେ ରହିଥିଲା । କମ୍ପାନୀର ସ୍ଥାନ ତଳକୁ ଖସିବା ପଛରେ ସବୁଠାରୁ ବଡ କାରଣ ଫେସବୁକ୍‌ ବିପକ୍ଷରେ ଚାଲୁଥିବା ବେନିମୟ ଯାଞ୍ଚ ପ୍ରକ୍ରିୟା।

facebook ଚଳିତ ବର୍ଷ ଫେସବୁକ୍‌କୁ ୫ ରୁ ୪.୪ରେଟିଙ୍ଗ୍‌ ମିଳିଛି । ଯାହା ଗତବର୍ଷ ୪.୫ ରହିଥିଲା। କର୍ମଚାରୀମାନେ ଫେସବୁକ୍‌ ର ଶୀର୍ଷ ନେତୃତ୍ୱ ଏବଂ କାର୍ଯ୍ୟ ଜୀବନ ସନ୍ତୁଳନ ଆଧାର ଉପରେ କମ୍‌ ରେଟିଙ୍ଗ୍‌ ଦେଇଛନ୍ତି । ଗ୍ଳାସଡୋର ସୂଚୀ ମୁତାବକ ସଫ୍ଟଓ୍ଵୟାର କମ୍ପାନୀ ହବସ୍ପୋର୍ଟ ଶୀର୍ଷ ୧୦୦ କାର୍ଯ୍ୟସ୍ଥଳୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ହାସିଲ୍‌ କରିଛି । ଅନ୍ୟପଟେ ଗୁଗଲର ମୂଳ କମ୍ପାନୀ ଆଲ୍ଫାବେଟ୍‌ ଇଙ୍କ୍‌ ୧୧ତମ ସ୍ଥାନରେ ରହିଥିବାବେଳେ ଆପଲ୍‌ ଇଙ୍କ୍‌ ସୂଚୀରେ ୮୪ ତମ ସ୍ଥାନରେ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.