Below header

ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ପୋଷ୍ଟ ପାଇଁ କୋଟିଏ ଟଙ୍କା ଚାର୍ଜ କରନ୍ତି ପ୍ରିୟଙ୍କା ଚୋପ୍ରା, ଜାଣନ୍ତୁ ଆଉ କିଏ ନିଅନ୍ତି କେତେ

ବଲିଉଡ୍‌ କଳାକାରଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ ହେଉଛି ଫିଲ୍ମ ଓ ବିଜ୍ଞାପନ। କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରୁ ମଧ୍ୟ ଏହି ଅଭିନେତା ଅଭିନେତ୍ରୀମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଷ୍ଟାରମାନେ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଫଟୋ ପୋଷ୍ଟ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ନେଉଛନ୍ତି। ନିକଟରେ ସୋସିଆଲ ମିଡିଆ ମ୍ୟାନେଜମେଣ୍ଟ କମ୍ପାନୀ ହାପର୍ସ HQ ଇନ୍‌ଷ୍ଟାଗ୍ରାମ୍‌ ଧନୀ ତାଲିକା ୨୦୧୯ ଜାରି କରିଛି।

ଏଥିରେ ବଲିଉଡ୍‌ କଳାକାରଙ୍କ ପ୍ରତି ପୋଷ୍ଟର ଚାର୍ଜ ମଧ୍ୟ ଉଲ୍ଲେଖ ରହିଛି। ଆସନ୍ତୁ ଜାଣିବା ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ପ୍ରିୟଙ୍କା ଚୋପ୍ରାଙ୍କ ପର୍ଯ୍ୟନ୍ତ କଳାକାର ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି କେତେ ରୋଜଗାର କରିଥାନ୍ତି।

ପ୍ରିୟଙ୍କା ଚୋପ୍ରା:

ଇନ୍‌ଷ୍ଟ୍ରାଗ୍ରାମ୍‌ରେ ଗ୍ଲୋବାଲ ଆଇକନ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ୪୦ ମିଲିୟନ୍‌ରୁ ଅଧିକ ଫ୍ୟାନ୍‌ ଅଛନ୍ତି। ସେ ଗୋଟିଏ ଫଟୋ ପାଇଁ ପ୍ରାୟ ୧.୮୭ କୋଟି ଟଙ୍କା ଚାର୍ଜ କରିଥାନ୍ତି।

ଅମିତାଭ ବଚ୍ଚନ:

ବିଗ୍‌ ବି ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ରହିଥାନ୍ତି। କବିତା ଓ ଜୋକ୍‌ ସେୟାର କରିବାରେ ସେ ସବୁବେଳେ ଆଗରେ ଥାନ୍ତି। ଅମିତାଭ ବଚ୍ଚନ ଗୋଟିଏ ପୋଷ୍ଟ ପାଇଁ ୪୦-୫୦ ଲକ୍ଷ ଟଙ୍କା ଦାବି କରିଥାନ୍ତି।

ଆଲିଆ ଭଟ୍ଟ:

ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ୍‌ ରହୁଥିବା ଆଲିଆ ଭଟ୍ଟ ଏବେ ନିଜର ୟୁଟ୍ୟୁବ୍‌ ଚ୍ୟାନେଲ ମଧ୍ୟ ଖୋଲିଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ଗୋଟିଏ ଫଟୋ ପାଇଁ ସେ ଏକ କୋଟି ଟଙ୍କା ନେଇଥାନ୍ତି।

ଶାହାରୁଖ ଖାନ୍‌:

ଶାହାରୁଖ ଖାନ୍‌ ଏବେ ଆମେରିକାରେ ଛୁଟି ମନାଉଥିବା ବେଳେ ସୋସିଆଲ ମିଡିଆରେ କିନ୍ତୁ ଫଟୋ ସେୟାର କରିବାକୁ ଆଦୌ ଭୁଲୁନାହାନ୍ତି। କିଙ୍ଗ୍‌ ଖାନ୍‌ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବାକୁ ୮୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଚାର୍ଜ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.