ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପକେଟରୁ ବାହାରିଲା ସୁଇସାଇଡ୍ ନୋଟ
କାମାକ୍ଷାନଗର ଖଜୁରିଆ ଗ୍ରାମ୍ୟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତକଙ୍କ ପକେଟରୁ ସ୍ବିସାଇଡ୍ ନୋଟ ଜବତ କରାଯାଇଛି। ସେଥିରେ ଲେଖା ଅଛି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ।

କାମାକ୍ଷାନଗର (କେନ୍ୟୁଜ): ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଖଜୁରିଆ ଗ୍ରାମର ମୁନା ନାଟିଆ।
ମୃତକଙ୍କ ପକେଟରୁ ସ୍ବିସାଇଡ୍ ନୋଟ ଜବତ କରାଯାଇଛି। ସେଥିରେ ଲେଖା ଅଛି ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି । ଆଜି ସକାଳୁ ଜଙ୍ଗଲରେ ଏକ ଗଛରେ ଯୁବକ ମୃତଦେହ ଝୁଲି ଥିବାର ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକ ଦେଖିବା ପରେ ପରିବାର ଲୋକ ଆସି ଚିହ୍ନଟ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଶବ ବ୍ୟବଛେଦ ପାଇିଁ କାମାକ୍ଷାନଗର ମେଡିକାଲକୁ ପଠାଇଛି। ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବା ନେଇ ପୋଲିସ କହିଛି ।