ସତ୍ୟେନ୍ଦ୍ର ଜୈନଙ୍କୁ ଲାଗିଲା ବଡ ଝଟକା, ମନି ଲଣ୍ଡ୍ରିଂ ମାମଲାରେ ଜାମିନ ଆବେଦନ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ

ଆମ ଆଦମୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଯାଚିକା ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ରହିଛନ୍ତି ସତ୍ୟେନ୍ଦ୍ର ଜୈନ ।

ମନି ଲଣ୍ଡ୍ରିଂ ମାମଲାରେ ଜେଲରେ ବନ୍ଦୀ ଥିବା ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ମିଳିଛି । ତାଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଜଷ୍ଟିସ ଦିନେଶ କୁମାର ଶର୍ମାଙ୍କ ବେଞ୍ଚ ସତ୍ୟେନ୍ଦ୍ର ଜୈନ, ଅଙ୍କୁଶ ଜୈନ ଏବଂ ବୈଭବ ଜୈନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।

ପୀଠ ଯାଚିକାକୁ ଖାରଜ କରି କହିଛି ଯେ, ଯାଚିକକର୍ତ୍ତା ଜଣେ ପ୍ରଭାବଶାଳୀ ବ୍ୟକ୍ତି । ତଦନ୍ତର ନଷ୍ପେକ୍ଷତା ଏବଂ ପ୍ରମାଣ ସହିତ ଧୋକାବାଜି କରିବା ପାଇଁ ଅଦାଲତ ଜାମିନ ଦେଇନାହାନ୍ତି ।

ସୂଚନାଯୋଗ୍ୟ, ବେଆଇନ ଆର୍ଥିକ କାରବାର ମାମଲାରେ ଗିରଫ ହୋଇଥିଲେ । ଦିଲ୍ଲୀ ସରକାରରେ ଥିବା ସତ୍ୟେନ୍ଦ୍ର ଜୈନ ମିଛ କମ୍ପାନୀ ଜରିଆରେ ଟଙ୍କା ଦେଣନେଣର ଅଭିଯୋଗ ହେବା ପରେ ଇଡି ତାଙ୍କୁ ଗିରଫ କରିଥିଲା ।

ମିଳିଥିବା ସୂଚନା ଅନୁସାରେ ସତ୍ୟେନ୍ଦ୍ର ଜୈନ ୨୦୧୫ରେ ଜଣେ ସରକାରୀ ଅଧିକାରୀ ଭାବେ କାମ କରୁଥିଲେ। ଏହି ସମୟରେ ତାଙ୍କ ମାଲିକାନାରେ ଥିବା ଗୋଟିଏ କମ୍ପାନୀ ହାୱାଲା ନେଟୱର୍କ ଜରିଆରେ ପ୍ରାୟ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା।
ତା’ ପରେ ସତ୍ୟେନ୍ଦ୍ର ଜୈନଙ୍କ ଜେଲ ଭିଡିଓ ଭାଇରଲ ହେବାରେ ଲାଗିଥିଲା । ଜେଲ ଭିତରେ ତେଲ ମସାଜ ଠାରୁ ଆରମ୍ଭ କରି ହୋଟେଲ ଖାଦ୍ୟ ଖାଇବା ନେଇ ଭିଡିଓ ଭାଇରଲ ହୋଇଥିଲା । ଯେଉଁଥିରେ ପ୍ରଥମ ଭିଡିଓରେ ଆପ୍ ମନ୍ତ୍ରୀଙ୍କ ମସାଜ କରାଯାଉଥିବା ବେଳେ ଦ୍ୱିତୀୟ ଭିଡିଓରେ ମନ୍ତ୍ରୀଙ୍କୁ ଜେଲରେ ହୋଟେଲ ଖାଦ୍ୟ ସହିତ ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଖାଉଥିବାର ନଜର ଆସିଥିଲେ। ଯାହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.