ଭୁବନେଶ୍ବର ପ୍ରାଚୀବିହାରରେ ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, SBI ଫାଇନାନ୍ସରେ କାମ କରୁଥିଲେ

ମୃତ ଯୁବକଙ୍କ ନା ଦୀପକ ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହି SBI ଫାଇନାନ୍ସରେ କାମ କରୁଥିଲେ। ଗତକାଲି ଦୀପକ ଦୀର୍ଘ ସମୟ ଧରି ତାଙ୍କ ରୁମ କବାଟ ନଖୋଲିବାରୁ ପୋଲିସକୁ ଜଣାଇଥିଲେ ରୁମମେଟ।

ଭୁବନେଶ୍ବର(କେନ୍ୟୁଜ୍): ବନ୍ଦ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଭୁବନେଶ୍ବର ପ୍ରାଚୀବିହାର ଅଞ୍ଚଳର ଏକ ଘରୁ ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ବର ଥାନା ପୋଲିସ। ମୃତ ଯୁବକଙ୍କ ନା ଦୀପକ ଦାସ। ତାଙ୍କ ଘର କେନ୍ଦ୍ରାପଡ଼ା ରାଜକନିକା ଅଞ୍ଚଳରେ । ସେ ଭୁବନେଶ୍ବରରେ ଘର ଭଡ଼ା ନେଇ ରହି SBI ଫାଇନାନ୍ସରେ କାମ କରୁଥିଲେ। ଗତକାଲି ଦୀପକ ଦୀର୍ଘ ସମୟ ଧରି ତାଙ୍କ ରୁମ କବାଟ ନଖୋଲିବାରୁ ପୋଲିସକୁ ଜଣାଇଥିଲେ ରୁମମେଟ। ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଯୁବକଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିଲା। ତେବେ କଣ ପାଇଁ ସେ ଆତ୍ମହତ୍ୟା କଲେ ସେନେଇ କାରଣ ଜଣାପଡିନି। ପୋଲିସର ତଦନ୍ତ ଜାରି ରହିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.