Below header

ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ୍) : ଜଙ୍ଗଲ ଭିତରେ ଗଛରେ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର । କେନ୍ଦୁଝର ଡିମିରିମୁଣ୍ଡା ଗାଁ ପାଖ ଜଙ୍ଗଲରୁ ମୃତ ହେଦ ଉଦ୍ଧାର କରାଯାଇଛି । ମୃତ ଛାତ୍ରୀଙ୍କ ନାଁ ରଜନୀ ମୁଣ୍ଡା । ସେ ଗାଁ ସ୍କୁଲରେ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସେ ତାଙ୍କ ସହପାଠୀ ଟୁଲୁ ଓରାମଙ୍କ ସହ ଗାଁ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ପରିବାର ଲୋକ ଟୁଲୁକୁ ଏନେଇ ପଚରାଉଚରା କରିଥିଲେ ମଧ୍ୟ ସେ ଏନେଇ କିଛି କହିନାହିଁ । ଏହା ହତ୍ୟା ନା ଆତ୍ମହତ୍ୟା, ସେନେଇ ସନ୍ଦେହ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.