କେରଳ : ବିର୍ଷା ବିତ୍ପାତ ପରେ ଉଦ୍ଧାର କାର୍ଯ୍ୟ ଜାରି

କୋଚି : କେରଳ ପରିସ୍ଥିତି ଏବେବି ସୁଧୁରି ନାହିଁ । ବର୍ଷା ଓ ବନ୍ୟା ବିତ୍ପାତରେ ୩୭ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବିଭିନ୍ନ ଜାଗାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । କେଉଁଠି ପୋଲ ଭାଙ୍ଗିଛି ତ କେଉଁଠି ରାସ୍ତା ଧୋଇ ଯାଇଛି । ଆଉ କେଉଁଠି ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ଶହ ଶହ ଘର ଭାଙ୍ଗିଥିବା ବେଳେ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏନ୍‌ଡିଆରଏଫ୍‌, ସେନାର ସବୁ ବିଭାଗ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଅଧିକ ସହାୟତା ଆବଶ୍ୟକ ହେଲେ ଆମେ କେନ୍ଦ୍ର ସରକାରଙ୍କୁ ଜଣାଇବୁ ବୋଲି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.