ଭାତ ଥାଳିରୁ ହଜିଯିବ ଡାଲି , ୪ମାସରେ ବଢ଼ିଲାଣି ୨୯ ଟଙ୍କା

ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି ।

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି । ମାର୍ଚ୍ଚ ମାସରେ ଡାଲି କିଲୋ ୧୦୦ ଟଙ୍କା ହେବା ପରେ ସରକାର ନିର୍ଦ୍ଦିଷ୍ଟ ସୀମାଠାରୁ ଅଧିକ ଡାଲି ମହଜୁଦ ରଖିବା ଉପରେ କଟକଣା ଲଗାଇଥିଲେ । ଏହାସତ୍ୱେ ମୂଲ୍ୟ ହ୍ରାସ ପାଉନାହିଁ ।

ଏହାରି ଉପରେ ପ୍ରତିକ୍ରିୟା ରଖିଛନ୍ତି, ଓଡ଼ିଶା ବ୍ୟବସାୟୀ ସଂଘ ସମ୍ପାଦକ ସୁଧାକର ପଣ୍ଡା । ହରଡ଼ ଡାଲି ର ଦାମ ବୃଦ୍ଧି ପାଇବାର ତିନିଟି କାରଣ ରହିଛି । ଗୋଟା ହରଡ଼ରେ MSP ବଢ଼ିବା, କର୍ପୋରେଟ ହାଉସଙ୍କ ଏକଚାଟିଆ ବ୍ୟବସାୟ । ଚଳିତବର୍ଷ ହରଡ଼ ୧୦ ପ୍ରତିଶତ ଉତ୍ପାଦନ କମ ରହିଛି । ଯାହାଦ୍ୱାରା ଦରଦାମର ଅସ୍ଥିରତା ରହୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.