ଦୁବାଇ ଜେଲରେ ବଲିଉଡ ଅଭିନେତ୍ରୀ କ୍ରିସନ ପରେରା, ଡ୍ରଗ୍ସ ମାମଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇଜଣଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ

ଡ୍ରଗ୍ସ ମାମଲାରେ ଦୁବାଇରେ ବନ୍ଦୀ ଥିବା ଅଭିନେତ୍ରୀ କ୍ରିସନ ପରେରାଙ୍କୁ ଆଶ୍ୱସ୍ତୀ। ମା’ଙ୍କ ଠାରୁ ପ୍ରତିଶୋଧ ନେବାକୁ କ୍ରିସନଙ୍କୁ ଫସାଇଥିଲା ଏନ୍ଥୋନୀ ପଲ୍‌ । ଏହି ମାମଲାରେ ତାଙ୍କୁ ଫସାଇଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । କ୍ରିସନ ସଡକ ୨ ଏବଂ ବାଟଲା ହାଉସ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

ବଲିଉଡ ଅଭିନେତ୍ରୀ କ୍ରିସନ ପରେରା ଡ୍ରଗ୍ସ କାରବାର ମାମଲାରେ ଗିରଫ ହୋଇ ଦୁବାଇ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଡ୍ରଗ୍ସ କାରବାର ମାଲାରେ ଅଭିନେତ୍ରୀଙ୍କୁ ଫସାଇଥିବା ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ କ୍ରିସନ ପରେରା ଦୁବାଇରେ ଶାରଜାହ ଜେଲରେ ରହିଛନ୍ତି । ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଏହିଦୁଇ ଜଣ ତାଙ୍କୁ ଡ୍ରଗ୍ସ ଦେଇ ପଠାଇଥିଲେ ।

ପୋଲିସ ଗିରଫ କରିଥିବା ଦୁଇ ଜଣଙ୍କ ପରିଚୟ ମିଳିଛି । ମୁମ୍ବାଇର ବୋରୀବଲୀ ନିବାସୀ ଏନ୍ଥୋନୀ ପଲ୍‌ ଏବଂ ରାଜେଶ ଭନୋଟ ବୋଲି ଜଣାପଡିଛି। ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଟ୍ରଫି ଭିତରେ ଡ୍ରଗ୍ସ ଦେଇ ଶେରଜାହ ପଠାଇଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଛି । ଅଭିନେତ୍ରୀଙ୍କୁ ଚଳିତ ମାସ ଆରମ୍ଭରେ ଶେରଜାହରେ ଗିରଫ କରାଯାଇଥିଲା । ତାଙ୍କ ପାଖରେ ଥିବା ଏକ ଟ୍ରଫିରେ ଡ୍ରଗ୍ସ ମିଳିଥିଲା ।

ଖବର ମୁତାବକ, ମା’ଙ୍କ ଠାରୁ ପ୍ରତିଶୋଧ ନେବାକୁ କ୍ରିସନଙ୍କୁ ଫସାଇଥିଲା ଏନ୍ଥୋନୀ ପଲ୍‌ । କରୋନା ସମୟରେ ଏନ୍ଥୋନୀ ଭଉଣୀକୁ ଭେଟିବାକୁ କ୍ରିସନ ରହୁଥିବା ବିଲିଡିଂକୁ ଆସିଥିଲା। ସେହି ସମୟରେ କ୍ରିସନଙ୍କ କୁକୁର ଏନ୍ଥୋନୀକୁ ଭୁକିଥିଲା । ଫଳରେ ସେ ତା’ ଉପରକୁ ଚେୟାର ଫୋପାଡିଥିଲେ । ଏହି କଥାରେ କ୍ରିସନଙ୍କ ମା’ ଏନ୍ଥୋନୀକୁ ଗାଳିଗୁଲଜ କରିଥିଲେ । ତେବେ ଏହି ଘଟଣାର ପ୍ରତିଶୋଧ ନେବାକୁ ଏନ୍ଥୋନୀ ତା’ର ବନ୍ଧୁ ସହିତ ମିଶି ଏଭଳି କାଣ୍ଡ ରଚିଥିଲା ।

ତେବେ ପୂର୍ବରୁ ଅଭିନେତ୍ରୀ ଜଣକ କହିଥିଲେ, ଟ୍ରଫିରେ ଡ୍ରଗ୍ସ କେଉଁଠୁ ଆସିଲା ସେ ଜାଣିନାହାନ୍ତି, ତାଙ୍କୁ ଫସାଇବା ପାଇଁ ଏଭଳି କାଣ୍ଡ ରଚାଯାଇଛି । ସେହିପରି ଅଭିନେତ୍ରୀଙ୍କ ପରିବାର ପକ୍ଷରୁ କୁହାଯାଇଥିଲା, ତାଙ୍କ ଝିଅକୁ ଫସାଯାଇଛି । ମୁମ୍ବାଇ ପୋଲିସ ଏହି ମାମଲାରେ ଯାଞ୍ଚ ଆରମ୍ଭ କରିଛି । ଡ୍ରଗ୍ସ ମାମଲାରେ ଅଭିନେତ୍ରୀଙ୍କୁ ଫସାଇବା ପାଇଁ ଷଡଯନ୍ତ୍ର ରଚାଯାଇଥିଲା । ପଲ୍‌ ଏବଂ ତାଙ୍କ ସାଙ୍ଗ ରବି ଦୁହେଁ ଦୁବାଇରେ ଏକ େଓ୍ଵବ ସିରିଜ ସୁଟିଂ ପାଇଁ ଅଭିନେତ୍ରୀଙ୍କୁ ପଠାଇଥିଲେ । ବିମାନ ବନ୍ଦରକୁ ଯିବା ସମୟରେ ଏହି ଟ୍ରଫି ଦେଇଥିଲେ । ଯେଉଁଥିରେ ଡ୍ରଗ୍ସ ଲୁଚାଯାଇଥିଲା । ତେବେ ପଲ୍‌ ପୂର୍ବରୁ ଅନ୍ୟ ୪ ଜଣଙ୍କୁ ଏମିତି କରି ଫସାଇଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଅଭିନେତ୍ରୀ କ୍ରିସନ ପରେରା ସଡ଼କ ୨ ଏବଂ ବାଟଲା ହାଉସ ଭଳି ଫିଲ୍ମରେ କାମ କରିସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.