ନୋଏଡା: ଆପାର୍ଟମେଣ୍ଟରେ ଭୀଷଣ ନିଆଁ, ଫ୍ଲାଟ୍ରେ ପଡ଼ିଥିଲା ତାଲା; ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ନୋଏଡାର ଗୌର ସିଟି ୧୪ ଆଭେନ୍ୟୁରେ ବୁଧବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଦେଖାଯାଇଥିଲା। ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ।

ନୋଏଡାର ଗୌର ସିଟି ୧୪ ଆଭେନ୍ୟୁରେ ବୁଧବାର ସକାଳେ ଭୟଙ୍କର ନିଆଁ ଲାଗିଥିବା ଦେଖାଯାଇଥିଲା। ବିଲ୍ଡିଂର ପ୍ରଥମ ମହଲାରେ ନିଆଁ ଲାଗିବା ପରେ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ହୋହଲ୍ଲା ଯୋଗୁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଲ୍ଡିଂରେ ନିଆଁ ଲାଗିଥିବାର ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଏହାପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାରେ ନିୟୋଜିତ ହୋଇଥିଲା।
ଗ୍ରେଟର ନୋଏଡା ୱେଷ୍ଟ୍ରେ ଗୌର ସିଟି ସୋସାଇଟିର ୧୪ ଆଭେନ୍ୟୁର ଏକ ଫ୍ଲାଟରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି। ଘଟଣା ପାଖାପାଖି ୧୧ଟା ୪୫ର ବୋଲି କୁହାଯାଉଛି। ଯେଉଁ ସମୟରେ ନିଆଁ ଲାଗିଥିଲା, ସେହି ସମୟରେ ଫ୍ଲାଟରେ କେହି ନ ଥିଲେ।
ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ସୋସାଇଟିର ଲୋକମାନେ ନିଆଁ ଲିଭାଇବାରେ ଜଡିତ ହୋଇଥିଲେ। ଫ୍ଲାଟରେ ତାଲା ପଡ଼ିଥିବା ଯୋଗୁ ନିଆଁ ଲିଭାରେ ବହୁ ଅସୁବିଧା ହୋଇଥିଲା। ଅନେକ ପରିଶ୍ରମ ପରେ ଶେଷରେ ନିଅାଁକୁ ଆୟତ୍ତ କରାଯାଇଥିଲା।
ତେବେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ହେଲା, L ଟାୱାରର ଫ୍ଲାଟ ନମ୍ବର ୨୦୯୭ରେ ନିଆଁ ଲାଗିଥିଲା। ଫ୍ଲାଟଟି ବାହାରୁ ତାଲା ପଡିଥିଲା। ପ୍ରଥମେ ଫ୍ଲାଟର ବାଲକୋନୀରେ ନିଆଁ ଲାଗିଥିଲା ଏବଂ ଧୀରେ ଧୀରେ ଫ୍ଲାଟ ଭିତରେ ନିଆଁ ବ୍ୟାପିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି।
ग्रेटर नोएडा: गौर सिटी 14 एवेन्यू में लगी भीषण आग, दमकल की कई गाड़ियां मौके पर@JagranNews #Noida #fire pic.twitter.com/BFr8MheNSL
— Abhishek Tiwari (@abhishe_tiwary) April 26, 2023